ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ତଦନ୍ତ ପାଇଁ ଦାବି କଲେ ଡିନ

167

କନକ ବ୍ୟୁରୋ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବିଳମ୍ବିତ ରାତିରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା ।

ପୋଲିସ ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ କିମ୍ବା କଲେଜ କର୍ତୃପକ୍ଷ ଛାତ୍ରୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲୁନାହାନ୍ତି । ମୃତ ନିରୁପମା ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କର ମୃତ୍ୟୁ କିପରି ହେଲା ତାହା ଏବେ ସନ୍ଦେହ ଘେରରେ । ସେପଟେ ମୃତ ଛାତ୍ରୀଙ୍କ ପରିବାର ଲୋକ କହିଲେ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି କିମ୍ବା ତାଙ୍କୁ ତଂଟି ଚିପି ହତ୍ୟା କରାଯାଇଛି । ଘଟଣାର ତଦନ୍ତ ପାଇଁ ଦାବି କଲେ ଡିନ ।