ଭୀମ ଆପର ଦମଦାର୍ ଅଫର୍ ! ୧ ଟଙ୍କା ଟ୍ରାଞ୍ଜାକ୍ସନରେ ମିଳିବ ୫୧ ଟଙ୍କାର କ୍ୟାସବାକ୍ ।

64

ଭୀମ ଆପ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଭୀମ ଆପ ବ୍ୟବହାରକାରୀଙ୍କୁ କ୍ୟାସବ୍ୟାକ ଅଫର ଦେବା ପାଇଁ ଘୋଷଣା କରିଛନ୍ତି ସରକାର। ଭୀମ ଆପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବଡ ଅଫରର ଘୋଷଣା କରାଯାଇଛି। ଗତବର୍ଷ ଆମ୍ବେଦକରଙ୍କ ଜୟନ୍ତୀରେ ଭୀମ ଆପ ଲଞ୍ଚ କରାଯାଇଥିଲା। ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ବେପାରୀ ଓ ଗ୍ରାହକ ଏହି କ୍ୟାସବ୍ୟାକ ଅଫରର ଫାଇଦା ଉଠାଇ ପାରିବେ। ଏହି ଅଫର ଅନୁଯାୟୀ ମୋଟ ୧୦୦୦ ଟଙ୍କାର କ୍ୟାସବ୍ୟାକ ଦିଆଯିବ। mygovindiaର ଟ୍ଵିଟ ଅନୁଯାୟୀ, ଭୀମ ଆପରେ ପ୍ରଥମ ନେଣଦେଣରେ ଗ୍ରାହକଙ୍କୁ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ। ତେବେ ସର୍ବନିମ୍ନ କେତେ ଟଙ୍କାର ଟ୍ରାଞ୍ଜାକସନ କଲେ ୫୧ ଟଙ୍କା ମିଳିବ ତାହା ସ୍ଥିର କରାଯାଇନାହିଁ। ତେଣୁ ୧ ଟଙ୍କାର ଟ୍ରାଞ୍ଜାକସନ କରି ମଧ୍ୟ ଗ୍ରାହକ ୫୧ ଟଙ୍କା କ୍ୟାସବ୍ୟାକ ପାଇପାରିବେ। ସେହିଭଳି ଗୋଟିଏ ମାସ ମଧ୍ୟରେ ଭୀମ ଆପରେ ଟଙ୍କା ନେଣଦେଣ କଲେ ୭୫୦ ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ ଗ୍ରାହକଙ୍କ ପକେଟକୁ ଆସିବ। ତେବେ ବେପାରୀ ସର୍ବାଧିକ ୧୦୦୦ ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ। ଭୀମ ବା ଭାରତ ଇଣ୍ଟରଫେସ୍‌ ଫର୍‌ ମନି ଆପକୁ ଭାରତ ସରକାରଙ୍କ National Payments Corporation of India ଦ୍ୱାରା ପରିଚାଳିତ କରାଯାଉଛି।କିପରି ବ୍ୟବହାର କରିବେ ଭୀମ ଆପ୍‌ : ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ ଭୀମ ଆପ୍‌ ଡାଉନଲୋଡ଼୍‌ କରନ୍ତୁ । ଏହାପରେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଏହି ଆପରେ ରେଜିଷ୍ଟର କରନ୍ତୁ । ବ୍ୟାଙ୍କ ଖାତା ରେଜିଷ୍ଟର କରିବା ସହ ନିଜର ଏକ ୟୁପିଆଇ ପିନ୍‌ ସେଟ୍‌ କରନ୍ତୁ। ୟୁଜରଙ୍କୁ ମୋବଇଲ ନମ୍ବର ହିଁ ପେମେଣ୍ଟର ଠିକଣା ହେବ। ରେଜିଷ୍ଟ୍ରେସନ ପୁରା ହୋଇଯିବା ପରେ ଆପଣ ଭୀମ ଆପରୁ ଟ୍ରାନଜାକ୍ସନ ଆରମ୍ଭ କରିପାରିବେ। ଏହି ଆପରେ ଆପଣ ସାଙ୍ଗ, ଦୂରରେ ଥିବା ପରିବାର ଲୋକ ଓ ଉପଭୋକ୍ତାଙ୍କୁ ଟଙ୍କା ପଠାଇପାରିବେ। ଭୀମ ଆପ ଟ୍ରାନଜାକ୍ସନ ରେଜିଷ୍ଟର ମୋବାଇଲ ନମ୍ବର ଅର୍ଥ ପେମେଣ୍ଟ ଆଡ଼୍ରେସ ଉପରେ ଟଙ୍କା ପଠାଯାଇପାରିବ। ଆପଣ ବିନା ୟୁପିଆଇ ସୁବିଧା ଉପଲବ୍ଧ ଥିବା ବ୍ୟାଙ୍କକୁ ମଧ୍ୟ ଟଙ୍କା ନେଣଦେଣ କରିପାରିବେ। ଏଥିପାଇଁ ଆପଣଙ୍କୁ ଏମଏଆଇଡ଼ି ଓ ଆଇଏଫଏସସି ସୁବିଧାର ସାହାଯ୍ୟ ନେବାକୁ ପଡ଼ିବ। ଆପଣ କୌଣସି ଅନ୍ୟ ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ୟୁଜରଙ୍କ ଠାରୁ ଟଙ୍କା ପାଇବା ପାଇଁ ରିକ୍ୱେଷ୍ଟ ପଠାଇପାରିବେ। ଭୀମ ଆପ ସହ ବ୍ୟାଙ୍କ ଖାତାର ଲିଙ୍କ କରି କିଣାକିଣି କିମ୍ବା ନେଣଦେଣ କରିବପାରିବେ ଏବଂ ସାଧାସିଧା ନିଜ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ।