ପୋଷ୍ଟ ଅଫିସରୁ ଟଙ୍କା ଗାଏବ : ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ !

ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଅଭିଯୋଗ

371

କନକ ବ୍ୟୁରୋ : ବ୍ୟାଙ୍କ ପରେ ପୋଷ୍ଟ ଅଫିସରୁ ଟଙ୍କା ଗାଏବ । ହଜାରେ ଦୁଇ ହଜାରେ ନୁହେଁ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକଘର କର୍ମଚାରୀ । ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରାୟ ୨ ହଜାର ଜମାକାରୀଙ୍କ ଆକାଉଂଟରୁ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

ସୂଚନାନୁସାରେ, ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଏଭଳି ଅଭିଯୋଗ । ପ୍ରାୟ ୨ ହଜାର ଜମାକାରୀ ନିଜ ଆକାଉଣ୍ଟରେ ଟଙ୍କା ନେଇ ରଖୁଥିଲେ । ଯେତେବେଳେ କାଲିମେଳାକୁ ଯାଇ ନିଜ ଜମା ରାଶି ବିଷୟରେ ଜାଣିବାକୁ ଚାହିଁଥିଲେ ସେଠୁ ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା । ଯେଉଁଥିରେ ଜମା କରୁଥିଲେ ଟଙ୍କା । ପରେ ଜାଣିଲା ବେଳକୁ ଖାତା ନକଲି, ଟଙ୍କା ଗାଏବ୍ । ଗୋଟେ ଗୋଟେ ଖାତାରେ ୫୦ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ଜମାକାରୀ । ହେଲେ ବ୍ୟାଙ୍କ ଯାଇକି ବୁଝିଲା ବେଳକୁ ଖାତାରେ କିଛି ଟଙ୍କା ନାହିଁ ବୋଲି କହୁଛନ୍ତି ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କ ବାଲାନ୍ସ ଜିରୋ , ଖାତା ନକଲି । ତେବେ ଏହି ଘଟଣାରେ ପୋଲିସ ପୁନାଙ୍ଖୁପୁଙ୍ଖ ଭାବେ ତର୍ଜମା କରିବା ଉଚିତ୍ ବୋଲି ଜମାକାରୀମାନେ ମତ ଦେଇଛନ୍ତି ।