ପରିବାରର ଭାବନା , ସ୍ମୃତି ଏବଂ ଛୋଟ ଛୋଟ ମୁହୂର୍ତ୍ତର ସାକ୍ଷୀ ହେଉଛି ଘର । ତେବେ ଭାବନା ଜଡିତ ପରିବେଶକୁ ତ ଆମେ କେବଳ ଘର କହିବାନି , ଏଥିପାଇଁ ଆବଶ୍ୟକ ଉପଯୁକ୍ତ ସ୍ୱାସ୍ଥ୍ୟ । ଯଦି ଘରର ପରିବେଶ ତଥା ଆଖପାଖର ବାତାବରଣ ସ୍ୱାସ୍ଥ୍ୟକର ନରୁହେ ତେବେ ଜୀବନ ଅର୍ଥହୀନ ହୋଇପଡେ । ଆଜିର ସମାଜକୁ ହିଁ ଦେଖିନିଅନ୍ତୁ । ଯୁବପିଢି ନିଜ ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ଯେଉଁଠି ଗାଁ ରୁ ସହରମୁହାଁ ହେଉଛନ୍ତି , ଅବସରପ୍ରାପ୍ତ କିମ୍ବା ପରିଣତ ବୟସରେ ସହରର ଗହଳିରୁ ନିସ୍ତାର ପାଇବା ପାଇଁ ଲୋକ ଗାଁ ମୁହାଁ ହେଉଛନ୍ତି । ଏବେ ଅହମ୍ମଦାବାଦର ଥଲତେଜରେ ରହୁଥିବା ଏହି ୬୨ ବର୍ଷୀୟା ମହିଳାଙ୍କୁ ହିଁ ଦେଖିନିଅନ୍ତୁ । ନାଁ ତାଙ୍କର ଭାବନା ଶାହ । ପରିବାର କହିଲେ ସ୍ୱାମୀ ନିତିନ୍ ଏବଂ ଏକମାତ୍ର ଝିଅ ଯେ କ୍ୟାଲିଫର୍ଣ୍ଣିୟାରେ ଅଧ୍ୟୟନରତ । ଭାବନାଙ୍କ ଜୀବନଶୈଳୀ ବର୍ତ୍ତମାନ ସେଠାକାର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
ମୁମ୍ବାଇର ବ୍ୟସ୍ତବହୁଳ ବାତାବରଣରେ ୮ ବର୍ଷ ବିତାଇଥିବା ଭାବନା ଏବଂ ତାଙ୍କ ସ୍ୱାମୀ ପ୍ରଦୂଷଣ ଏବଂ ଗହଳିର ଥକ୍କାପଣରୁ ଆରାମ୍ ପାଇବା ପାଇଁ ଅହମ୍ମଦାବାଦ୍ ଫେରିଆସିଥିଲେ । ଅହମ୍ମଦାବାଦ୍ ଆସିବା ପରେ ନିଜ ସ୍ୱପ୍ନର ଘର ଅର୍ଥାତ୍ ପ୍ରକୃତିର ଅନୂକୁଳ ଘରଟିଏ ତୋଳିବା ପାଇଁ ଏହି ଦମ୍ପତିଙ୍କ ଇଚ୍ଛା ଥିଲା । ଯାହାକୁ ସେ ପୂରଣ ମଧ୍ୟ କରିଛନ୍ତି । ଆଜି ତାଙ୍କ ଘରେ କିଚନ୍ ଗାର୍ଡେନ୍ ସୁବିଧା ରହିଛି ,ବର୍ଷାଜଳ ସଂରକ୍ଷିତ କରି ବିଭିନ୍ନ ସୁବିଧାକୁ ଉପଲବ୍ଧ କରିବା ପାଇଁ ବିକଳ୍ପ ରହିଛି । ପ୍ରକୃତିର ଅନୂକୁଳ ଏବଂ ସ୍ୱାସ୍ଥ୍ୟକୁ ଆଖିଆଗରେ ରଖି ଏହି ଘର ପ୍ରସ୍ତୁତ କରାଯାଇଛି । ୨୦୦୦ ବର୍ଗଫୁଟ୍ ସ୍ଥାନରେ ଭାବନାଙ୍କ କିଚେନ୍ ଗାର୍ଡେନ୍ ପ୍ରସ୍ତୁତ ହୋଇଛି । ଯେଉଁଠାରେ ୨୦ ରୁ ଅଧିକ ପ୍ରକାର ପରିବା, ଫଳ ଏବଂ ଆୟୁର୍ବେଦିକ ଔଷଧଯୁକ୍ତ ଗଛ ଲଗାଯାଇଛି । ଯେଉଁଥିରେ ଭାବନାଙ୍କ ପାଖରେ ସବୁବେଳେ ରୋଷେଇ ପାଇଁ ତଟକା ପରିବା ଉପଲବ୍ଧ ରହୁଛି ।
ଋତୁକୁ ପରଖି ଗଛ ଲଗାଉଥିବା ଭାବନା କେବଳ ଦେଶୀ ତରିକାରେ ହିଁ ଫଳ ଏବଂ ପରିବା ଉତ୍ପାଦନ କରିଥାନ୍ତି । ରୋଷେଇ ବେଳେ ବାହାରୁଥିବା ଅଳିଆରୁ ସେ ସାର ପ୍ରସ୍ତୁତ କରି ଏଥିରେ ପରିବା ଉତ୍ପାଦନ କରିଥାନ୍ତି । ଯେତେବେଳେ ତାଙ୍କୁ ବଜାର ପରିବାର ଆବଶ୍ୟକ ପଡେ ସେତେବେଳେ ସେ ପରିବାର ଗୁଣବତ୍ତାକୁ ଚିହ୍ନିବା ପାଇଁ ଲେମ୍ବୁ ଏବଂ କମଳା ଚୋପାର ବ୍ୟବହାର କରିଥାନ୍ତି । ପାଣିରେ ଗୁଡ ଏବଂ ଚୋପା ମିଶାଇ ‘ବାୟୋ-ଏଞ୍ଜାଇମ୍’ ପ୍ରସ୍ତୁତ କରିଥାନ୍ତି । ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ପରିବାକୁ ଭିଜାଇ ରଖିବା ପରେ ଏହାକୁ ଖାଦ୍ୟପୋଯୋଗୀ କରାଯାଉଥିଲା । କିଚେନ୍ ଗାର୍ଡେନ୍ ବ୍ୟତିତ ଘରେ ବର୍ଷାଜଳ ମଧ୍ୟ ସଂରକ୍ଷିତ କରି ରଖାଯାଉଛି । ଯାହାର ବ୍ୟବହାର ଲୁଗାଧୋଇବା,ଗାଧୋଇବା ଏବଂ ଘରୋଇ କାମରେ ବ୍ୟବହାର କରାଯାଉଛି ।
Follow Us
/kanak/media/post_attachments/wp-content/uploads/2019/08/ayodhyakumari-1-300x157.jpg)
/kanak/media/post_attachments/wp-content/uploads/2019/08/bhavna-1-300x157.jpg)