କନକ ବ୍ୟୁରୋ : ସହରରେ ପଶିଲା ଜଙ୍ଗଲି ଭାଲୁ । ଏହାକୁ ନେଇ ଆତଙ୍କିତ ଲୋକେ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ପଶିଛି ଜଙ୍ଗଲି ଭାଲୁ । ବିଳମ୍ୱିତ ରାତିରେ ସହର ଭିତରକୁ ଭାଲୁଟି ପଶି ଆସିବା ପରେ ଲୋକଙ୍କ ମଧ୍ୟରେ ଛାନିଆ ଖେଳିଯାଇଛି । ଘଟଣା ଜଣାପଡିବା ପରେ ବନବିଭାଗ ଟିମ୍ ପହଁଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ଭାଲୁକୁ କାବୁ କରି ଜଙ୍ଗଲରେ ଛାଡି ଦିଆଯିବାନେଇ ସୂଚନା ଦେଇଛି ବନବିଭାଗ ।