ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା ଚକଅଖ ଡେରା ନୀତି ।  

Advertisment
ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା ଚକଅଖ ଡେରା ନୀତି ।  

କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ନିରାଡମ୍ୱର ଭାବରେ ଶ୍ରୀକ୍ଷେତ୍ରରେ ସରିଲା ଭଉଁରୀ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ୨୧ ଦିନର ଚନ୍ଦନଯାତ୍ରାର ଶେଷ ଦିନରେ ୨୧ ଥର ଚାପ ଖେଳିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀ କ୍ଷେତ୍ରର ପଂଚୁପାଣ୍ଡବ ପାଲିଙ୍କିରେ ଓ ବିମାନରେ ଯାତ୍ରା କରି ନରେନ୍ଦ୍ର ପୁଷ୍କରିଣୀରେ ପହଁଚିଥିଲେ । ଏହା ପରେ ୨୧ ଥର ଚାପ ଖେଳି ଉଭଁରୀ ଶେଷ କରିଛନ୍ତି ମହାପ୍ରଭୁ ।

ସେପଟେ ରଥଖଳାରେ ରଥସଂହିତା ମୁତାବକ ଆଗେଇ ଚାଲିଛି ରଥନିର୍ମାଣ କାମ । ନିୟମ ଅନୁସାରେ ଭଉଁରୀରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥ ଚକ ଅଖ ଡେରା ହୋଇଛି । ବର୍ତମାନ ସୁଦ୍ଧା ୪୨ଟି ଚକରୁ ୨୦ଟି ଚକ ନିର୍ମାଣ ସରିଛି । ୨୧ଟି ଅଖ ନିର୍ମାଣ ବି ସରିଛି । ଭଉଁଁରୀରେ ଚକ-ଅଖ ଡେରା ନୀତି ସରିବା ପରେ ଆଗକୁ ଦେବସ୍ନାନ ପୂର୍ଣ୍ଣମୀରେ ଉଠିବ ଚାରି ନାହାକା ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଭଉଁରୀ ଓ ଚକଡେରା ନୀତି ସଂପନ୍ନ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ରଥ ଖଳାରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଥିଲେ । ଭଉଁରୀରେ ଶେଷ ହୋଇଛି ୨୧ ଦିନିଆ ବାହାର ଚନ୍ଦନ । ଆସନ୍ତାକାଲି ହଳଦୀପାଣି ପରେ ଶନିବାର ଠାରୁ ଆରମ୍ଭ ହେବ ୨୧ ଦିନିଆ ଭିତର ଚନ୍ଦନଯାତ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe