କନକ ବ୍ୟୁରୋ : ଭର୍ତ୍ତୃହରି ମହତାବ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଛନ୍ତି ବିଜେପି ଟିକେଟ୍ ଆଶାରେ ଦଳ ଛାଡିଛନ୍ତି ଭର୍ତୃହରି । ବିଜେଡି ଛାଡିବା ନେଇ ସେ ଯେଉଁ କାରଣ କହିଛନ୍ତି ତାହା ସବୁ ମିଛ । ମେଂଟ ହେବ କି ନାହିଁ ସେ କହିବାକୁ କିଏ, ସେ ନିଷ୍ପତି ନେବାକୁ ଦଳରେ ଅନ୍ୟ ପଦାଧିକାରୀ ରହିଛନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ଏତେ ବର୍ଷ ଦଳରେ ରହି ଦଳ ଛାଡିବା ଭର୍ତୃହରିଙ୍କ ଅପରିପକ୍ୱତାର ପରିଚୟ । ଚାର୍ଜଫ୍ରେମ୍ ହେବା ଆଇନର କଥା, ବିଜେଡିର ଏଥିରେ କୌଣସି ଭୁମିକା ନାହିଁ ବୋଲି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us