କନକ ବ୍ୟୁରୋ : ଭର୍ତ୍ତୃହରି ମହତାବ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । କହିଛନ୍ତି ବିଜେପି ଟିକେଟ୍ ଆଶାରେ ଦଳ ଛାଡିଛନ୍ତି ଭର୍ତୃହରି । ବିଜେଡି ଛାଡିବା ନେଇ ସେ ଯେଉଁ କାରଣ କହିଛନ୍ତି ତାହା ସବୁ ମିଛ । ମେଂଟ ହେବ କି ନାହିଁ ସେ କହିବାକୁ କିଏ, ସେ ନିଷ୍ପତି ନେବାକୁ ଦଳରେ ଅନ୍ୟ ପଦାଧିକାରୀ ରହିଛନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ଏତେ ବର୍ଷ ଦଳରେ ରହି ଦଳ ଛାଡିବା ଭର୍ତୃହରିଙ୍କ ଅପରିପକ୍ୱତାର ପରିଚୟ । ଚାର୍ଜଫ୍ରେମ୍ ହେବା ଆଇନର କଥା, ବିଜେଡିର ଏଥିରେ କୌଣସି ଭୁମିକା ନାହିଁ ବୋଲି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ, ବିଜେପିରୁ ଟିକେଟ ଆଶାରେ ଦଳ ଛାଡିଛନ୍ତି ଭର୍ତ୍ତୃହରି
/kanak/media/post_attachments/wp-content/uploads/2024/03/22-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)