ପ୍ରବାସୀ ଓଡିଆଙ୍କୁ ବାଙ୍ଗାଲୋର ନଛାଡିବାକୁ ବାଙ୍ଗାଲୋର ପୋଲିସ କମିଶନରଙ୍କ ନିବେଦନ । କହିଲେ, ଖୁବଶୀଘ୍ର ଚାଲିବ କଳକାରଖାନା, କାମରେ ଯୋଗ ଦିଅନ୍ତୁ । ସମସ୍ୟା ହେଲେ ପୋଲିସକୁ ଜଣାନ୍ତୁ…

1,234

କନକ ବ୍ୟୁରୋ: କରୋନା କାୟା ମେଲାଉଥିବାବେଳେ ପ୍ରଥମ ଥର ପାଇଁ ସହର ନଛାଡିବାକୁ ପ୍ରବାସୀ ଓଡିଆଙ୍କୁ ନିବେଦନ କରିଛନ୍ତି ବେଙ୍ଗାଲୁର ପୋଲିସ କମିଶନର ଭାସ୍କର ରାଓ । ସେ କହିଛନ୍ତି, ଖୁବଶୀଘ୍ର କର୍ଣ୍ଣାଟକରେ ଚାଲିବ କଳକାରଖାନା ଏବଂ ଶ୍ରମିକମାନେ ପୁଣି କାର୍ଯ୍ୟରେ ଯୋଗଦେଇପାରିବେ । ସବୁଠାରୁ ବଡ଼କଥା ହେଲା କି ଉତ୍ପାଦନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥାସମ୍ଭବ ଆରମ୍ଭ କରାଯିବ । ତେଣୁ ତାଲାବନ୍ଦ ଯୋଗୁଁ ଭୟଭୀତ ହୋଇ ଘରକୁ ଚାଲିଯିବାକୁ ଚାହୁଁଥିବା ଶ୍ରମିକ ଶ୍ରେଣୀର ଲୋକ ଭୟଭୀତ ନହୋଇ , ବେଙ୍ଗାଲୁରରେ ରୁହନ୍ତୁ ଓ ନିଜ ନିଜର ଚାକିରିକୁ ସୁରକ୍ଷିତ ରଖନ୍ତୁ ।

ଅନ୍ୟପଟେ ସାରା ଦେଶ କରୋନା ମୁକାବିଲା କରୁଥିବାବେଳେ ବେଙ୍ଗାଲୁରରେ ଥିବା ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୂୁତି ଦେଇଛନ୍ତି । ଏହା ସହିତ ଯଦି କୌଣସି ଅସୁବିଧା ହେଉଛି ତେବେ ନିକଟସ୍ଥ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିବାକୁ କହିଛନ୍ତି ପୋଲିସ କମିଶନର ଭାସ୍କର ରାଓ ।