ମା’କାଳୀ ଓ ଲକ୍ଷ୍ମୀନାରାୟଣ ଭସାଣ ପାଇଁ ଚଳଚଞ୍ଚଳ ଯାଜପୁର ସହର । ପାରମ୍ପରିକ ବାଦ୍ୟ ଓ ବ୍ୟାଣ୍ଡପାର୍ଟିର ଗୀତରେ କମ୍ପୁଛି ସହର
କନକ ବ୍ୟୁରୋ: ଭସାଣ ପାଇଁ ଉତ୍ସବମୁଖର ଯାଜପୁର ସହର । ୧୧ ଦିନର ପୂଜା ପରେ ଆଜି ମେଲାଣୀ ନେଉଛନ୍ତି ମା’କାଳୀ ଓ ଲକ୍ଷ୍ମୀନାରାୟଣ । ତେବେ ଆଜି ଶୁକ୍ଳପକ୍ଷ ଗୁରୁବାର ସୁଦସା ବ୍ରତ ପଡୁଥିବାରୁ ସକାଳ ୧୦.୩୦ ପରେ ଭସାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ଚଳିତଥର ମୋଟ ସହରରେ ୪୦ରୁ ଅଧିକ ମୁଣ୍ମୟୀ ମୂର୍ତି ନିର୍ମାଣ ହୋଇଥିଲା । ପ୍ରଥମେ ୧ ଓ ୨ ତାରିଖ ଭସାଣ ପର୍ବ ଆୟୋଜନ କରାଯାଇଥିବା ବେଳେ ବର୍ଷା ପାଗ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏପରିକି ୧ ଓ ୨ ବଦଳରେ ୭ ଓ ୮ ତାରିଖକୁ ଭସାଣ ପାଇଁ ଧାର୍ଯ୍ୟ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରର ଆଦ୍ୟକାଳୀ ମା’ଗରୁଡ କାଳୀ ଆସନ୍ତା ରବିବାର ଦିନ ଭାସାଣ କାର୍ଯ୍ୟକ୍ରମରେ ସାମିଲ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଥମ ଦିନରେ ସଦାବ୍ରତ ମଠରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ସମସ୍ତ ମେଢ ଦେବୀଗଡାଠାରେ ବିସର୍ଜିତ ହେବାକୁ ଥିବା ବେଳେ ଆସନ୍ତାକାଲି ନାରାୟଣ ଛକଠାରୁ ଆରମ୍ଭ କରି ବିରଜା ହାଟ ପର୍ଯ୍ୟନ୍ତ ମେଢ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଭସାଣକୁ ନଜରରେ ରଖି ସହରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରରେ ଡିଜେକୁ ସଂପୂର୍ଣ୍ଣ ଭାବରେ ବ୍ୟାନ କରାଯାଇଛି । ବର୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଧିରେ ଧିରେ ମେଢ ଗୁଡିକ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସେପଟେ, ଶୋଭାଯାତ୍ରାରେ ପାରମ୍ପରକି ବାଦ୍ୟ ସହ ବ୍ୟାଣ୍ଡପାର୍ଟି ଗୀତରେ ଝୁମୁଛନ୍ତି ସହରବାସୀ । ବିଳମ୍ବିର ରାତି ପର୍ଯ୍ୟନ୍ତ ଭସାଣ କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ରହିଛି ।