ବିଜେଡି ସାଂସଦଙ୍କ ମୁହଁରେ ବିଜେପି ନେତାଙ୍କ ପ୍ରଶଂସା : ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଦେଲେ ଭର୍ତୃହରି

48

କନକ ବ୍ୟୁରୋ : ବିଜେଡି ସାଂସଦଙ୍କ ମୁହଁରେ ବିଜେପି ନେତାଙ୍କ ପ୍ରଶଂସା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତିଦେଲେ କଟକର ବିଜେଡି ସାଂସଦ ଭର୍ତୃହରି ମହତାବ । ଧର୍ମେନ୍ଦ୍ରଙ୍କୁ ଯୋଗୁଁ ପାଇପ୍ ଯୋଗେ ଗ୍ୟାସ୍ ପ୍ରକଳ୍ପ ସଂଭବ ହୋଇପାରିଲା ବୋଲି ସେ କହିଛନ୍ତି । ପ୍ରତି ଉତରରେ ଭୃର୍ତହରିଙ୍କୁ ବି ବେଶ ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର ।

ଗତକାଲି ଭୁବନେଶ୍ୱରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ପରସ୍ପର ରାଜନୈତିକ ବିରୋଧୀଙ୍କ ଏହି ପ୍ରଶଂସାବାଣୀ ଉପସ୍ଥିତ ଲୋକଙ୍କୁ ବେଶ ଆମୋଦିତ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –