ପୁଣି ଥରେ ନବୀନଙ୍କ ଭରଷା ଜିତିଲେ ଭର୍ତ୍ତୃହରି ମହତାବ। କଟକ ଲୋକସଭା ଆସନରେ ବିଜେଡିର ବଡ ବିଜୟ

275

କନକ ବ୍ୟୁରୋ: କଟକ ଲୋକସଭା ଆସନରେ ପୁଣି ବାଜି ମାରିଲା ବିଜେଡି । ଦୀର୍ଘ ୨୧ ବର୍ଷ ଧରି ବିଜେଡି ଦଖଲରେ ଥିବା ଏହି ଆସନରେ ପୁଣି ଥରେ ଗଡ ଅକ୍ତିଆର କରିଛି ବିଜୁ ଜନତା ଦଳ ।  ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପିନ୍ଧିଛନ୍ତି ବିଜୟୀ ଟୀକା । ତେବେ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିପେଜି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କଠାରୁ ୫ ଲକ୍ଷ ୨୪ ହଜାର ୫୯୨ ଭୋଟରେ ବିଜୟ ହାସଲ କରିଛନ୍ତି ଭର୍ତ୍ତୃହରି ମହତାବ । ବିଜେଡିର ଭର୍ତ୍ତୃହରିଙ୍କୁ ଏଠାରେ କଡା ଟକ୍କର ଦେଉଥିଲେ ବିଜେପିର ପ୍ରକାଶ ଓ କଂଗ୍ରେସର ଅଭିଜ୍ଞ ପଞ୍ଚାନନ ।

ଦୀର୍ଘ ବର୍ଷ ଧରି କଟକରେ ଦବଦବା ଜାହିର କରି ରଖିଛି ବିଜେଡ଼ି । ଚଳିତ ଥର ସିଲଭର ସିଟିରେ ବିଜୟ ଧାରା ବଜାୟ ରଖିବା ପାଇଁ ପୁଣି ଭର୍ତ୍ତୃହରିଙ୍କ ଉପରେ ଭରସା କରିଥିଲେ ଦଳୟ ହାଇକମାଣ୍ଡ । ବିଜେଡି ଟିକେଟରେ ଗତ ୧୯୯୮ରୁ ଏଯାବତ୍ ବିଜେଡିରୁ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ତଥାପି ଏଥର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ତାଙ୍କୁ କଡ଼ା ଟକ୍କର ଦେଇଥିଲେ । ଗଣତି ସମୟରେ ଚାଲିଥିଲା ସଂଖ୍ୟା ଖେଳ । ହେଲେ ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଛେଦ ପକାଇ ପୁଣି କଟକ ଗଡ ହାତେଇଛନ୍ତି ଭର୍ତ୍ତୃହରି ମହତାବ ।

ଉଲ୍ଲେଖ ଥାଉ କି, ଗତ ୧୯୯୮ରୁ ଏଯାବତ୍ ବିଜେଡିରୁ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ୧୯୯୮ରୁ ଲଗାତାର ୫ ଥର ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରିା ଭର୍ତ୍ତୃହରି ୨୦୧୪ରେ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ପରାଜିତ କରିଥିଲେ।