କନକ ବ୍ୟୁରୋ : କଟକ ଲୋକସଭାରୁ ପ୍ରାର୍ଥୀ ହେବା ପରେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଭର୍ତ୍ତୃହରି ମହତାବ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରି ବିପୁଳ ସ୍ୱାଗତ କରାଯାଇଛି । ଦଳୀୟ ନେତା ଓ କର୍ମୀ ଭର୍ତ୍ତୃହରିଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ପାର୍ଟି ଅଫିସକୁ ଆଣିଛନ୍ତି । ବିପୁଳ ସ୍ୱାଗତ ପରେ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି କହିଛନ୍ତି, ଲୋକଙ୍କ ପାଇଁ କାମ କରିବାକୁ ଅଧିକ ସୁଯୋଗ ମିଳିଛି । ଆଗକୁ ବହୁତ ଚ୍ୟାଲେଞ୍ଜ ଅଛି । ଦଳର ଶୀର୍ଷ ନେତୃତ୍ୱଙ୍କ ଆଶା ଓ ବିଶ୍ୱାସକୁ ପୂରଣ କରିପାରିବି । ବିଜେପିର କର୍ମକର୍ତ୍ତାଙ୍କ ଜରିଆରେ ଶୀର୍ଷ ନେତୃତ୍ୱଙ୍କ ଆଶାକୁ ପୂରା କରିବି । ପୂର୍ବରୁ ବିଜେପି-ବିଜେଡି ମେଣ୍ଟରୁ ମୁଁ ପ୍ରାର୍ଥୀ ହୋଇ ଜିତିଛି । ତେଣୁ ଦଳ ମୋ ପାଇଁ ନୂଆ ନୁହେଁ । ମୁଁ ଉଭୟ ଦଳର ପତାକା ନେଇ ନିର୍ବାଚନ ଲଢିଛି ।
ଭର୍ତ୍ତୃହରି କହିଛନ୍ତି, ଆଗାମୀ ଦୁଇ ମାସ କାମ କରିବାର ସମୟ । ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା । ଓଡିଶାରେ ପରିବର୍ତନ ଆସୁଛି, ସେହି ପରିବର୍ତନର ବାହାକ ଆମେ ସମସ୍ତେ ହେବା । ଭ୍ରଷ୍ଟ ସରକାର ହଟେଇବାକୁ ଆମେ ସମସ୍ତେ କାମ କରିବା । ଦୁର୍ନୀତି ମୁକ୍ତ ସରକାର ଗଠନ କରିବାକୁ ପଣ କରିବା । ୨୫ ବର୍ଷ ପରେ ଲାଗୁଛି କଂଗ୍ରେସ ଶାସନ ଓଡିଶାକୁ ଫେରିଛି । ବିଜେଡିରେ ଭୂକମ୍ପ ସୃଷ୍ଟି ହେଲାଣି । ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପିର ଜିତିବା ପାଇଁ ପଥ ସୁଗମ କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/23-25.jpg)