କନକ ବ୍ୟୁରୋ: ଆଜି ପଦ୍ମ ଧରିବେ ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ୍ । ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି । ମାର୍ଚ୍ଚ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା ।
ଗତ ୩ ଦଶନ୍ଧୀ ଧରି ବିଜେଡି ସହ ଥିବା ଭର୍ତ୍ତୃହରି ମାର୍ଚ୍ଚ ୨୨ ତାରିଖରେ ଦଳରୁ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିବା ପରେ ଏହାକୁ ନେଇ ରାଜ୍ୟଠୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଆଜି ସେ ବିଜେପିରେ ସାମିଲ ହେବା ପରେ କଟକରେ ୨୦୨୪ ନିର୍ବାଚନ ମଧ୍ୟ ଜୋରଦାର ହେବ ବୋଲି ଜଣାପଡୁଛି । କାରଣ କଟକ ପାଇଁ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାବେଳେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଏହି ଆସନ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରକୃତରେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାରି ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/22-20.jpg)