ଭର୍ତ୍ତୃହରି ମହତାବଙ୍କ ବଡ ବୟାନ । ରାଜ୍ୟ ରାଜନୀତିରେ ହଇଚଇ । କାହାକୁ ଇଙ୍ଗିତ କରୁଛନ୍ତି ଭର୍ତ୍ତୃହରି?

ଭର୍ତ୍ତୃହରି ମହତାବଙ୍କ ବଡ ବୟାନ । ରାଜ୍ୟ ରାଜନୀତିରେ ହଇଚଇ । କାହାକୁ ଇଙ୍ଗିତ କରୁଛନ୍ତି ଭର୍ତ୍ତୃହରି?

କନକ ବ୍ୟୁରୋ: କଟକ ସାଂସଦ ଭର୍ତୃହରି ମହତାବଙ୍କ ଏକ ବୟାନ ପରେ, ଦୁର୍ନୀତିଖୋରଙ୍କ ଛାତିରେ ଛନକା ପଶିଛି। ରତ୍ନଭଣ୍ଡାର ଚାବି ହଜିବା, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅନିୟମିତାରେ ସମ୍ପୃକ୍ତ ନେତା, ଅଫିସର, କାହାର କେତେବେଳେ ପାଳି ପଡିବ ସେ ନେଇ ଚିନ୍ତାରେ ପଡିଛନ୍ତି। ଏପରିକି ଅଳିଆମାନଙ୍କୁ ଜେଲରେ ଭର୍ତି କରାଯିବ । ଜେଲରେ କୋଠରୀ ସଂଖ୍ୟା ବଢାନ୍ତୁ ଓ ଏଥିପାଇଁ ବଜେଟରେ ବ୍ୟୟବରାଦ କରନ୍ତୁ ବୋଲି ଭର୍ତ୍ତୃହରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ଚର୍ଚ୍ଚାର ବିଷୟ ହୋଇଛି।

  • କାହାକୁ ଇଙ୍ଗିତ କରୁଛନ୍ତି ଭର୍ତ୍ତୃହରି?
  • ବନ୍ଧାହେବେ କିଏ?

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଖଣି ଚୋର, ଚିଟ୍ଫଣ୍ଡ ଚୋର, ରତ୍ନଭଣ୍ଡାର ଚାବି ଚୋରଙ୍କୁ ଜେଲ ପଠାଯିବ ବୋଲି କହିଥିଲେ। ଆଉ ଏବେ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ତ୍ତୃହରିଙ୍କ ଭଳି ଅଭିଜ୍ଞ ସାଂସଦ ଏଭଳି କହିବା ବଡ ସଙ୍କେତ ଦେଉଛି। ଆଗକୁ ଭ୍ରଷ୍ଟାଚାରୀଙ୍କ ବିରୋଧରେ ବିଜେପି ସରକାର ବଡ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

ଗତ କିଛି ଦିନ ହେଲା ମୋହନ ସରକାର ଆକ୍ସନ ମୁଡକୁ ଆସିଛନ୍ତି । ପୂର୍ବସରକାର କରିଥିବା କୋଟି କୋଟି ଟଙ୍କା ଦୁର୍ନୀତିର ତଦନ୍ତ ହେବ ବୋଲି କହିସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe