କନକ ବ୍ୟୁରୋ: ପିପିଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ନହୋଇ ମଧ୍ୟ ଦଳକୁ ଦଳ ବାହାର ଲୋକ ସେଠାକୁ ପିକନିକ ମନେଇବାକୁ ଯାଉଛନ୍ତି । ଯାହା ଦଳୀୟ ନେତୃତ୍ୱ ପାଇଁ ନିଶ୍ଚିତ ଏକ ଆହ୍ୱାନ । ନିଜ ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ‘ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୃତ୍ବ' ଶୀର୍ଷକ ସମ୍ପାଦକୀୟରେ ଏମିତିି କିଛି ଲେଖି ଚର୍ଚ୍ଚାକୁ ଆସିଛନ୍ତି ନିଜେ ଭର୍ତୃହରି । ଆଉ ଏଭଳି ମନ୍ତବ୍ୟକୁ ଗୁରୁତ୍ୱର ସହ ନେଇଛି ବିଜେଡି । ଦଳ କଟାକ୍ଷ କରିଛି, ଭର୍ତୃହରିଙ୍କ କଥା ଭିତିହୀନ । ସେ କୌଣସି ନିର୍ବାଚନରେ ଭାଗ ନିଅନ୍ତି ନାହିଁ । ତାଙ୍କର ନିଦ ବୋଧେ ଏବେ ଭାଙ୍ଗିଲା ବୋଲି କହିଛି ଦଳ ।
ଭର୍ତ୍ତୃହରିଙ୍କ ସମ୍ପାଦକୀୟ ମନ୍ତବ୍ୟକୁ ନେଇ ବିଜେଡି କଟାକ୍ଷ କରିଥିବାବେଳେ କଟକ ସାଂସଦଙ୍କୁ କିନ୍ତୁ ଖୋଲାଖୋଲି ସମର୍ଥନ କରିଛି ବିଜେପି । ଦଳ କହିଛି, ଭର୍ତୃହରି ଯାହା କହିଛନ୍ତି, ଆମେ ବି ସେହି କଥା କହୁଥିଲୁ । ବିଜେଡି ନେତା ପିକନିକ କରୁଛନ୍ତି । ଜିତିବାର ଭରସା ନଥିବାରୁ କଳ, ବଳ ଓ କୌଶଳ ଲଗାଯାଉଛି । ଭର୍ତୃହରି ମହତାବଙ୍କ ଗତ କିଛିଦିନର ରାଜନୈତିକ କାର୍ଯ୍ୟକଳାପ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି । ସେ ବିଜେପି ଆଡକୁ ଢଳୁଥିବା ବି ଆଲୋଚନା ଆରମ୍ଭ ହୋଇଛି । ଏବେ ପ୍ରଦାତନ୍ତ୍ରରେ ନିଜ ସମ୍ପାଦକୀୟ ଦ୍ୱାରା ଭର୍ତୃହରି ବିଜେଡିକୁ କି ସନ୍ଦେଶ ଦେବାକୁ ଚାହିଁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-19-22h20m15s047.png)