କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି କରାଇଲେ ଶପଥ ପାଠ ।

133

କନକ ବ୍ୟୁରୋ: କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି । ଏବେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ସାଂସଦ ମାନଙ୍କୁ ଶପଥ ପାଠ କରାଇବେ । ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ । ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।