ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିପାରିବେନି, ବିଜେଡି ଦୟାରୁ ସାଂସଦ ହୋଇଥିଲେ । ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କୁ ଟାର୍ଗେଟ କଲେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ।

523

କନକ ବ୍ୟୁରୋ : ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି, ନବୀନଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି ବିଗ୍ ଜିରୋ । ଜଣେ ୨୬ ବର୍ଷ ସାଂସଦ ଥିଲେ ଏବଂ ଜଣେ ୧୦ ବର୍ଷ ସାଂସଦ ଥିଲେ । ଉଭୟ ବିଜେଡି ଓ ନବୀନଙ୍କ ଦୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେମାନଙ୍କର ନିଜସ୍ୱ ବୋଲି କିଛି ନଥିଲା ନା ଭବିଷ୍ୟତରେ ଅଛି ।

ମୁନ୍ନା ଖାନ୍ କହିଛନ୍ତି, ବିଜେଡି ଓ ନବୀନଙ୍କ ନାଁ ଛାଡିଦେଲେ ଗୋଟିଏ ୱାର୍ଡମେମ୍ବର ହେବାର ଯୋଗ୍ୟତା ସେମାନଙ୍କ ପାଖରେ ନାହିଁ । ବିଜେପି ଖୁବ୍ କମ ଦିନରେ ଜାଣିଯିବ ଉଭୟ ଭର୍ତ୍ତୃହରି ଓ ସିଦ୍ଧାନ୍ତ ଦଳ ପାଇଁ କେତେ ଉପଯୋଗୀ । ସେମାନଙ୍କର କିଛି ନାହିଁ । ନବୀନ ବାବୁ ବହୁତ ଥର ଏମାନଙ୍କୁ ସାଂସଦ କଲେ । ସେମାନେ ଆଜି ନବୀନ ବାବୁଙ୍କୁ ଛାଡି ଯାଇଛନ୍ତି, ଧୋକାବାଜ କାମ କରିଛନ୍ତି । ନବୀନ ବାବୁଙ୍କୁ ଛାଡି ଯାଇଛନ୍ତି ସେମାନେ ତାର ଫଳ ନିଶ୍ଚୟ ଭୋଗିବେ । ୧୦ ବର୍ଷ ଧରି ସାଂସଦ ଥିବା ନେତା ଦିନେ ହେଲେ ଓଡ଼ିଶାର ଦାବିକୁ ଦିନେ ହେଲେ ଉଠାଇ ନଥିଲେ । ଦଳ ତାଙ୍କ ଉପରେ ଦୟା ଦେଖାଇକି ତାଙ୍କୁ ପୁଣିଥରେ ସାଂସଦ କରିଥିଲା । କିନ୍ତୁ ଦିନେ ହେଲେ ବି ସେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କରେ ସ୍ୱର ଉଠାଇନାହାନ୍ତି । ଉଭୟ ବିଜେଡି ଛାଡିଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡିବ ନାହିଁ ବୋଲି କହିଛନ୍ତି ମୁନ୍ନା ଖାନ୍ ।