କନକ ବ୍ୟୁରୋ : ସ୍ଲିମ ଟ୍ରିମ କମେଡି କୁଇନ ଭାରତୀ ସିଂ । ନିଜର ମୋଟା ଚେହେରାକୁ ନେଇ ସେ କମେଡି କରି ଦର୍ଶକଙ୍କୁ ଧୁମ ହସାଇଥାନ୍ତି । ଏମିତିକି ତାଙ୍କ ମୋଟାପା ତାଙ୍କ ୟୁଏସପି । ହେଲେ ଏବେ ଦର୍ଶକମାନେ ଆଉ ଭାରତୀଙ୍କ ସେଇ ମୋଟା ଚେହେରା ଦେଖିବାକୁ ପାଇବେନି । ମାନେ ୧୫ କିଲୋ ଓଜନ କମାଇଛନ୍ତି ଭାରତୀ ସିିଂ । ଗୋଟିଏ ପଟେ ଯେତବେଳେ କରୋନାର ଦ୍ୱିତୀୟ ଲହର ଚାଲିଥିଲା ସେତବେଳେ ଚାରିଆଡେ ଲକଡାଉନ କଟକଣା ଲଗାଯାଇଥିଲା, ଆଉ ଏହି ଲକଡାଉନ ସମୟରେ ଆମେ ଦେଖିଛେ କି ଅନେକଙ୍କ ଓଜନ ବଢି ଯାଇଥିଲା, ହେଲେ ଲକଡାଉନର ଭରପୁର ଫାଇଦା ଉଠାଇଥିଲେ ଭାରତୀ, ଆଉ ଏହି ସମୟରେ ସେ ନିଜର ସ୍ୱତନ୍ତ୍ର ଡାଏଟ ଫଲୋ କରି ଏବେ ୧୫ କେଜି କମାଇ ପାରିଛନ୍ତି ।
ଏବେ ସେଲିବ୍ରିଟି କମେଡିଆନ ଭାରତୀ ସିଂ ଭାରି ଖୁସି । ଆଉ ତାଙ୍କ ଖୁସିର କାରଣ ହେଉଛି ପତଳା ହେବା । ଆମେ ସମସ୍ତେ ଦେଖିଛେ କି ଏଇ ମୋଟୀ ଚେହେରା ହିଁ ଭାରତୀଙ୍କୁ ଅନ୍ୟ କମେଡିଆନଙ୍କ ଠାରୁ ସ୍ୱତନ୍ତ୍ର କରିଛି, ହେଲେ ଏବେ ନୂଆ ଅବତାରରେ ଦେଖିବାକୁ ମିଳିଛି ଭାରତୀ ସିଂଙ୍କୁ । ସେ ଏବେ ଆଉ ଗୋଲମଟୋଲ ଭାରତୀ ନୁହେଁ ବରଂ ସ୍ଲିମଟ୍ରିମ ଭାରତୀ ହେଇଯାଇଛନ୍ତି । କପିଲ ଶର୍ମା ସୋରେ ଭାରତୀଙ୍କୁ ଏମିତି ଅନ୍ଦାଜରେ ଦେଖିବାକୁ ମିଳିଲା । ଏହି ଶୋରେ ସେ ପତଳା ହେଇଥିବାର ସୂଚନା ମଧ୍ୟ ଦେଲେ । ତେବେ ଏମିତି କଣ ଡାଏଟ ଫଲୋ କରି ଭାରତୀ ପତଳା ହେଇଗଲେ । ଏହାର ସୂଚନା ଦେଇଛନ୍ତି ଭାରତୀ ।
ସେ ପତଳା ହେବାପାଇଁ ଭାରତୀ ସ୍ୱତନ୍ତ୍ର ଡାଏଟ ଫଲୋ କରିଥିଲେ । ସେ କେବଳ ଇଂଟରମିଡେଟ ଫାଷ୍ଟଟିଂଗ କରି ୯୧ କିଲୋରୁ ନିଜ ଓଜନ ୭୬ କିଲୋ କମ କରିଛନ୍ତି । ତେବେ ଏମିତି କଣ ସେହି ଡାଏଟ ଯାହାକୁ ଫଲୋ କରି ଭାରତୀ ପତଳା ହେଇଗଲେ । ତେବେ ଇଂଟରମିଡେଟ ଫାଷ୍ଟଟିଂଗ ହେଉଛି କି ୧୬ଘଂଟା ଉପାସ ରହିବା ଓ ବାକି ସମୟ ଖାଇବା, ଅର୍ଥାତ ଭାରତୀ ସଂନ୍ଧ୍ୟା ୭ଟା ପରେ ଆଉ ଖାଦ୍ୟ ଗ୍ରହଣ କରୁନଥିଲେ ତାପର ଦିନ ୧୨ଟା ଯାଏ । ଏହି ଲକଡାଉନରେ ସେ ଏହି ଡାଏଟ ଫଲୋ କରିଛନ୍ତି । ତେବେ ଭାରତୀ କହିଛନ୍ତି କି , ଦିନ ୧୨ଟା ପରେ କିନ୍ତୁ ସେ ପୁରା ମନଭରି ଖାଇଥାନ୍ତି । ତେବେ ପତଳା ହେବା ପରେ ଭାରତୀ କହିଛନ୍ତି କି ସେ ବହୁତ ହାଲକା ଫିଲ କରୁଛନ୍ତି, କେବଳ ସେତିକି ନୁହେଁ, ତାଙ୍କର ଡାଏବେଟିଜ ଓ ଆସ୍ଥମା ବି ନିୟନ୍ତ୍ରଣକୁ ଆସିଯାଇଛି । ସେ ଏବେ ନିଶ୍ୱାସ ନେବାରେ୍ ଆଉ କଷ୍ଟ ଅନୁଭବ କରୁନାହାଁନ୍ତି ।
ଭାରତୀ କହିଛନ୍ତି କି ସେ ୩୦-୩୨ ବର୍ଷ ହେଲା ବହୁତ ଖାଇଛନ୍ତି, ତେଣୁ ଏବେ ସେ ନିଜ ଶରୀରରୁ ରେଷ୍ଟ ଦଉଛନ୍ତି । ଭାରତୀ କହିଛନ୍ତି କି ସେ ଯେତବେଳେ ସେ ନିଜକୁ ଆଇନାରେ ଦେଖୁଛନ୍ତି, ତାଙ୍କ ଚେହେରା ଓ ମୁହଁ ଏତେ ପତଳା ଦେଖାଯାଉଛି କି ତାକୁ ଦେଖି ତାଙ୍କ ଖୁସି କହିଲେ ନସରେ । ତେବେ ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ବି ଭାରତୀଙ୍କ ଏମିତି ପରିବର୍ତିତ ଚେହରା ନେଇ ଖୁସି । ସେ କହିଛନ୍ତି ଭାରତୀ ନିଜ ଚେହେରା ନେଇ ଖୁସ ତ ମୁଁ ବି ଖୁସ । ହେଲେ ଏତେ ସବୁ ଭିତରେ ଗୋଟିଏ କଥା ସାମ୍ନାକୁ ଆସୁଛି କି ଭାରତୀ ସିଂ ମଧ୍ୟ ଏବେ ପତଳା ହବା ଅଭିଯାନରେ ସାମିଲ ହେଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/09/29-13.jpg) 
                            
                        
                            
                            /kanak/media/post_attachments/wp-content/uploads/2021/09/Bharti-Singh-1.jpg)
/kanak/media/post_attachments/wp-content/uploads/2021/09/Bharti-Singh.jpg)