ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ: ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂଙ୍କ ସ୍ୱାମୀଙ୍କୁ ବାନ୍ଧିଲା ଏନସିବି; ଗଞ୍ଜେଇ ଖାଉଥିବା କଥାକୁ କରିଥିଲେ ସ୍ୱୀକାର

କାଲି ଭାରତୀ ବି ହୋଇଥିଲେ ଗିରଫ

156

କନକ ବ୍ୟୁରୋ: ଡ଼୍ରଗସ ମାମଲାରେ କମେଡ଼ିଆନ୍ ଭାରତି ସିଂଙ୍କ ପରେ ଏବେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନେଇ ସୁଚନା ଦେଇଛନ୍ତି ଏନସିବିର ଜୋନାଲ ଡ଼ାରେକ୍ଟର ସମୀର ୱାଂଖେଣ୍ଡ । ଭାରତି ଏବଂ ହର୍ଷଙ୍କ ଘରେ ଶନିବାର ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା । ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତି ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିଲେ । ଭାରତୀଙ୍କ ଘରୁ ଗଂଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ସମନ ପଠାଇଥିଲା ଏନସିବି । ଏହାପରେ ଶନିବାରେ ଭାରତୀଙ୍କୁ ୪ଘଂଟା ଧରି ପଚରା ଉଚରା ପରେ ପୋଲିସ ଗିରଫ କରିଛି ।

ଗତକାଲି ଭାରତୀଙ୍କୁ ଗିରଫ ପରେ ତାଙ୍କୁ ରାତିସାରା ଏନସିବି ଦପ୍ତରରେ ରହିବାକୁ ପଡ଼ିଛି । ଭାରତୀଙ୍କ ମା’ ତାଙ୍କୁ ଦେଖାକରିବା ପାଇଁ ଏନସିବିରେ ପହଂଚିଥିଲେ ମଧ୍ୟ ତାଙ୍କୁ ଭାରତୀଙ୍କ ସହ ଭେଟିବାକୁ ଦିଆଯାଇନଥିବା ଜଣାପଡ଼ିଛି । ଆଜି ଭାରତୀ ସିଂଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଭାରତୀଙ୍କ ଉପରେ କୋର୍ଟ କଣ ଶୁଣାଣି କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷଙ୍କ ଗିରଫଦାରୀ ଆହୁରୀ ଚର୍ଚ୍ଚା ସୃଷ୍ଟି କରିଛି । ସୋନି ଟିଭିରେ ପ୍ରସାରିତ ଦି କପିଲ ଶର୍ମା ସୋରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନ ଜିଣୁଥିଲେ ଅଭିନେତ୍ରୀ ଭାରତୀ ।