ଘର ବସାଇବେ ଭାରତୀ ! ପ୍ରେମିକ ହର୍ଷଙ୍କ ସହ ନିର୍ବନ୍ଧ କଲେ ହାସ୍ୟ ଅଭିନେତ୍ରୀ

ଘର ବସାଇବେ ଭାରତୀ ! ପ୍ରେମିକ ହର୍ଷଙ୍କ ସହ ନିର୍ବନ୍ଧ କଲେ ହାସ୍ୟ ଅଭିନେତ୍ରୀ

Image Courtesy : http://s3.india.com

ନୂଆ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀ ସିଂହ । କାରଣ ନିଜର ଦୀର୍ଘ ଦିନର ପ୍ରେମିକ ହର୍ଷଙ୍କ ସହ ନିର୍ବନ୍ଧ କରିଛନ୍ତି ଏହି ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ । ନିଜର ନିର୍ବନ୍ଧର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଭାରତୀ । ଲେଖକ ହର୍ଷଙ୍କ ସହ ଭାରତୀଙ୍କ ଦେଖା କମେଡି ଶୋ’ରେ ହୋଇଥିଲା ।

ଏହା ପୂର୍ବରୁ ଜାନୁୟାରୀ ମାସରେ ଉଭୟ ଗୁପ୍ତରେ ବିବାହ କରିଥିବା ନେଇ ଗୁଜବ ହୋଇଥିଲା । କିନ୍ତୁ ଏହାକୁ ଅସ୍ୱୀକାର କରିଥିଲେ ଭାରତୀ । ତେବେ ଶୁଣିବାକୁ ମିଳିଛି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଭାରତୀ ହଠାତ୍ ସୋସିଆଲ୍ ମିଡିଆରେ ଏହି ଫଟୋକୁ ସେୟାର୍ କରିଛନ୍ତି । ହର୍ଷ ଏବଂ ଭାରତୀ ଲୋକପ୍ରିୟ ରିୟଲିଟି ଶୋ’ ‘ନଚ୍ ବଲିୟେ’ରେ ନଜର ଆସିଥିଲେ । ଏବେ ଉଭୟ ଏହି ଶୋ’ରୁ ବିଦାୟ ନେଇ ସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe