ହାଇଦ୍ରାବାଦରେ କ୍ରାଇମ୍, ଭୁବନେଶ୍ୱରରେ ଗିରଫ । ୫ଜଣ ସାଇବର ଠକକୁ ଗିରଫ କଲା ଭରତପୁର ପୋଲିସ । ହାଇଦ୍ରାବାଦରେ ୩୦ ଲକ୍ଷ ସାଇବର ଠକେଇ କରିଥିବା ଅଭିଯୋଗ

191

କନକ ବ୍ୟୁରୋ: ହାଇଦ୍ରାବାଦରେ କ୍ରାଇମ୍ ଭୁବନେଶ୍ୱରରେ ଗିରଫ । ଭୁବନେଶ୍ୱରରୁ ୫ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୋଲିସ ୫ଜଣ ଠକଙ୍କୁ ଗିରଫ କରିଛି । ହାଇଦ୍ରାବାଦରେ ୩୦ ଲକ୍ଷ ସାଇବର କ୍ରାଇମ କରିଥିବା ନେଇ ଅଭିଯୋଗ ହୋଇଛି । ଆଜି କମିସନରେଟ ପୋଲିସକୁ ହସ୍ତାନ୍ତର କରିବ କମିସନରେଟ ପୋଲିସ ।

୫ଜଣ ଅଭିଯୁକ୍ତ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଂଜନ ଓ ଦେବାଶିଷ ଓଝା । ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ଘାଟିକିଆ ଅଂଚଳର ହୋଇଥିବା ୨ଜଣ ବରମୁଣ୍ଡା ଅଂଚଳର ବୋଲି ଜଣାପଡ଼ିଛି ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୧୯ ଓ ୪୨୦ ଓ ଆଇଟି ଆକ୍ଟ ୬୬-ସି ରେ ମାମଲା ରୁଜୁ ହୋଇଛି । ଦୁଇଟି ଆକାଉଂଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଲୁଟିଛନ୍ତି ଏହି ଲୁଟେରା । ସେମାନଙ୍କ ନିକଟରୁ ୫ଟି ମୋବାଇଲ ଜବତ କରାଯାଇଛି । ଆଜି କୋର୍ଟରେ ହାଜର କରାଇବା ପରେ ସମସ୍ତଙ୍କୁ ରିମାଣ୍ଡରେ ନେବ ହାଇଦ୍ରାବାଦ ପୋଲିସ ।