ଭୁବନେଶ୍ୱର ତାରିଣୀ ବସ୍ତି ସୁରେଖା ମୃତ୍ୟୁ ମାମଲା : ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ 

99

ଭୁବନେଶ୍ୱର ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ମୃତ୍ୟୁ ମାମଲା । ଘଟଣା ସ୍ଥଳରେ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଘଟଣାପରଠୁ ଫେରାର ଥିବା ମୃତ ଯୁବତୀଙ୍କ ବୟଫ୍ରେଣ୍ଡ ଛୋଟୁ ଓ ଅନ୍ୟ ଦୁଇ ଜଣ ଗିରଫ ହୋଇଛନ୍ତି । ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିଛି ଭରତପୁର ଥାନା ପୁଲିସ । ତିନି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁଲିସ ସୂଚନା ଦେଇଛି ।

ସୁଚନା ଅନୁସାରେ ବିଶ୍ୱଜିତ ଜେନାଙ୍କୁ ଏକତରଫା ପ୍ରେମ କରୁଥିଲେ ସୁରେଖା । ଯାହାକୁ ନେଇ ସେଦିନ ରାତିରେ ଉଭୟଙ୍କ କଥା କଟା କଟି ହୋଇଥିଲା । ସମସ୍ତେ ଖାଇ ସାରି ଶୋଇବା ପରେ ୩ଜଣଙ୍କୁ ବାହାରପଟୁ କବାଟ ଦେଇ ସୁରେଖା ବିଶ୍ୱଜିତଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ରବିବାର ଭରତପୁର ତାରିଣୀ ବସ୍ତୀର ଏକ ଭଡା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚାପାମାଣିକ ଅଂଚଳର ସୁରେଖା ତିନି ଅଭିଯୁକ୍ତଙ୍କୁ ନୟାଗଡରୁ ଗିରଫ କରିଛି ଭରତପୁର ଥାନା ପୁଲିସ । ତିନି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁଲିସ ସୂଚନା ଦେଇଛି ।ପଲେଇ ବୋଲି ଜଣାପଡିଥିଲା । ପରିବାର ଲୋକେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ଆଣିଥିଲା ।