ଆଜି ଭାରତ ବନ୍ଦ । ପଢନ୍ତୁ, କ’ଣ ଖୋଲା କ’ଣ ବନ୍ଦ….

2,378

କନକ ବ୍ୟୁରୋ : ଆଜି ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ବନ୍ଦ ଡାକରାକୁ ଦୃଢ଼ ସମର୍ଥନ ସହ ରାସ୍ତାକୁ ଓହ୍ଲାଇବୁ । ଟ୍ରେନ୍ ଜରୁରୀକାଳିନ ସେବା, କ୍ଷୀର ଆଦି ଉପରେ ପ୍ରଭାବ ପଡିବ ନାହିଁ । ରାଜ୍ୟର ସବୁଠି କଂଗ୍ରେସ କର୍ମୀ ବନ୍ଦରେ ସାମିଲ ହେବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ । ବିଜେଡି କହିଛି, ଦଳ ପକ୍ଷରୁ ଏମଏସପି ଦାବି କରୁଛୁ । ଜବାବ ରଖିଛି ବିଜେପି । ମୋଦି ସରକାରଙ୍କ ୩ଟି କଳା କୃଷି ଆଇନ ବାତିଲ ସମେତ ୨୧ ଦଫା ଦାବିରେ ଏହି ବନ୍ଦର ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା ।

ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବନ୍ଦ ସମୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ଏହି ସବୁ ପ୍ରତିଷ୍ଠାନ ଓଡ଼ିଶାରେ ବନ୍ଦ ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି । ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ ।

ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିବେ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା‌ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ କରାଯିବ । ଏହାପରେ ପଛ ଗେଟ୍‌ ଦେଇ କର୍ମଚାରୀ ଓ ପାସ୍‌ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି । ସେହିପରି ଦିନ ୩ଟା ପର୍ଯ୍ୟନ୍ତ ଓଏସଆରଟିସି ବସ୍ ଚଳାଚଳ ବନ୍ଦ ରହିଛି ।