ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ । ସକାଳେ ଛାଡିଥିଲେ ଭାରତୀୟ ଜନତା ପାର୍ଟି । ସେପଟେ ରାଜୁ ଦାସଙ୍କ ଘର ବାହୁଡା ।

4,249

କନକବ୍ୟୁରୋ : ବିଜେଡିରେ ୨ ବିଜେପି ନେତା । ବିଜେଡିକୁ ଫେରିଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ । ସେ ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ସେ ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ପ୍ରାର୍ଥୀ ସଂଜୟ ଦାସ ବର୍ମା ଓ ସସ୍ମିତ ପାତ୍ର ।

ସେହିଭଳି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ରାଧାରାଣୀ ପଣ୍ଡା । ରାଧାରାଣୀ ଝାରୁସୁଗୁଡ଼ାର ପୂର୍ବତନ ଜିଲ୍ଲା ବିଜେପି ସଭାପତି ଭାବେ କାର୍ଯ୍ୟ କରିଆସିଛନ୍ତି । ଏହାସହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବ୍ରଜରାଜନଗରରୁ ବିଜେପିର ବିଧାୟିକା ଥିଲେ । ୨୦୧୯ରେ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ । ଏପରିକି ୨୦୨୨ ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ରାଧାରାଣୀ ।

ସେପଟେ ବିଜେପି ନେତା ରାଜୁ ଦାସ ବି ବିଜେଡିରେ ସାମିଲ ହେବା ଚର୍ଚ୍ଚା ବଢିଛି । ରାଜୁ ଦାସଙ୍କୁ ସୋରରୁ ଟିକେଟ ଦେଇଥିଲା ବିଜେପି । ହେଲେ ଶେଷ ମୁହୂର୍ତରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା ବିଜେପି । ପର୍ଶୁରାମ ବର୍ତମାନ ବିଧାୟକ ଅଛନ୍ତି ଓ ବିଜେଡି ଟିକେଟ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଏହାକୁ ନେଇ ରାଜୁ ଦାସ ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି ।