ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କୋଭିଡ ପଜିଟିଭ । ସିନ୍ଧିଆଙ୍କ ସହ ତାଙ୍କ ମା’ଦେହରେ ମିଳିଲା କରୋନା ଭୂତାଣୁ, ଦିଲ୍ଲୀର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ।

600

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ଙ୍କର କରୋନା ପଜିଟିଭ ଆସିଛି । ଦୁଇ ଜଣଙ୍କୁ ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ଗଳାରେ ସଂକ୍ରମଣ ହେବା ସହ ତାଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖାଦେଇଥିଲା । କରୋନା ସନ୍ଦେହରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିଲା ।

ସିନ୍ଧିଆ ଏବଂ ତାଙ୍କ ମା’ ୪ଦିନ ପୂର୍ବରୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତି ହୋଇଥିଲେ । ସିନ୍ଧିଆଙ୍କର କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ମା’ଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ଆଜି ଦୁଇ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଲାବନ୍ଦ ଘୋଷଣା ହେବା ପରେ ସିନ୍ଧିଆ ତାଙ୍କ ପରିବାର ସହ ଦିଲ୍ଲୀ ସ୍ଥିତ ବାସଭବନରେ ରହୁଥିଲେ । କିନ୍ତୁ ୪ଦିନ ତଳେ ହଠାତ୍ ତାଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।