ଜେଲ ଗଲେ କମେଡି କୁଇନ ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷ: ଡିସେମ୍ବର ୪ ଯାଏଁ ରହିବେ ବିଚାର ବିଭାଗ ହାଜତରେ; କାଲି ଜାମିନ ଆବେଦନ ଶୁଣାଣୀ

ଡ୍ରଗ୍ସ ମାମଲାରେ ଗିରଫ କରିଛି ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ

205

କନକ ବ୍ୟୁରୋ : ଡ୍ରଗ୍ସ ନିଶାରେ ବାୟା ମାୟାନଗରୀ । ରିୟା ଚକ୍ରବର୍ତ୍ତିଙ୍କ ଠାରୁ ଆରମ୍ଭ ହୋଇଥିବା ଡ୍ରଗ୍ସ ମାମଲା ଏବେ କମେଡିଆନ ଭାରତୀଙ୍କ ପାଖରେ ପହଂଚିଲାଣି । କେବେ ଦୀପିକା ତ କେବେ ଅର୍ଜୁନ ରାମପାଲ ପୁଣି କେବେ ରକୁଲପ୍ରୀତ ସିଂଙ୍କୁ ଜେରା କରୁଛି  ଏନସିବି । ହେଲେ ଏସବୁ ମାମଲାର ବହୁ ଆଗରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ମାମଲା । କାରଣ ଏମାନଙ୍କୁ ସନ୍ଦେହରେ ଏନସିବି ପଚରା ଉଚରା କରୁଥିବା ବେଳେ ଭାରତୀଙ୍କ ବାସ ଭବନରୁ ଗଂଜେଇ ଜବତ କରିଛି ଏନସିବି । ଏହି ମାମଲାରେ ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପୋଲିସ ଗିରଫ୍ କରିଥିଲା । ଆଜି ସେମାନଙ୍କୁ ଏନସିବି ପଚରା ଉଚରା କରିଥିଲା । ଏହି ପଚରା ଉଚରା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗଂଜେଇ ସେବନ କରୁଥିବା କଥା ସ୍ୱିକାର କରିଛନ୍ତି । ସେମାନେ ସତ ମାନିଯିବା ପରେ ସେମାନଙ୍କର ମେଡିକାଲ ଯାଂଚ କରାଯାଇଥିଲା । ଏନସିବି ତାର ସମସ୍ତ ପ୍ରକ୍ରିୟା ସାରିବା ପରେ ସେମାନଙ୍କୁ କୋର୍ଟରେ ହାଜର କରିଥିଲା । ଏବେ କୋର୍ଟ ସେମାନଙ୍କୁ ଡିସେମ୍ବର ୪ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଏନେଇ ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ବି ଆଜି ଛୁଟି ଥିବାରୁ ଆସନ୍ତା କାଲି ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରେ ।