କନକ ବ୍ୟୁରୋ : ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କମେଡି କୁଇନ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ନର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ଗିରଫ୍ କରିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ଘରେ ରେଡ ବେଳେ ଏନସିବିକୁ ଗଂଜେଇ ମିଳିଥିଲା । ଏଭଳି ନିଶା ଦ୍ରର୍ବ୍ୟ ଘରେ ରଖିବା ଓ ତାକୁ ବ୍ୟବହାର କରିବା ଅପରାଧରେ ସେମାନେ ଗିରଫ୍ ହୋଇଥିଲେ । ସେମାନଙ୍କୁ ଗିରଫ୍ ପରେ ପୋଲିସ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନେଇଥିଲା ।

Advertisment

ଏହାପରେ ଏନସିବି ପକ୍ଷରୁ ଉଭୟଙ୍କୁ ରବିବାର କୋର୍ଟରେ ହାଜର କରାଯାଇଥିଲା । ଆଜି (ସୋମବାର) ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । କହିରଖୁ କି ଶନିବାର (୨୧ ନଭେମ୍ବର) ଦିନ ଜଣେ ଡ୍ରଗ୍ସ ବେପାରୀଙ୍କ ସୂଚନା କ୍ରମେ ଏନସିବି ର ଏକ ଟିମ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ବାସଭବନରେ ଚଢାଉ କରିଥିଲା । ଚଢାଉ ବେଳେ ଏନସିବିକୁ ୮୫ ଗ୍ରାମ ଗଂଜେଇ ମିଳିଥିଲା । ଏହାପରେ ଏନସିବି ଭାରତୀ ଓ ତାଙ୍କ ସ୍ୱାମୀକୁ ନ୍ୟାୟିକ ହେପାଜତକୁ ନେଇଥିଲା । ଏନେଇ ପଚରା ଉଚରା ବେଳେ ଭାରତୀ ମାନିଥିଲେ କି ସେ ଗଂଜେଇ ସେବନ କରନ୍ତି । ପ୍ରାୟ ୬ ଘଂଟାର ପଚରା ଉଚରା ପରେ ସେମାନଙ୍କୁ ଗିରଫ୍ କରାଯାଇଥିଲା ।