କନକ ବ୍ୟୁରୋ: ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ କୌଣସି ନିଷ୍ପତି ହୋଇନି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ସ୍କୁଲ ବହିରେ ନାମକରଣ ପରିବର୍ତନକୁ ସୁପାରିସ କରିଛି ଏନସିଇଆରଟିର ୭ ଜଣିଆ କମିଟି । ଏହାପରେ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି କହିିଛନ୍ତି, ପିଲାଙ୍କୁ ଇଣ୍ଡିଆ ବଦଳରେ ଭାରତ ଲେଖିବା ଏବଂ ପ୍ରାଚୀନ ଇତିହାସ ବଦଳରେ ଶାସ୍ତ୍ରୀୟ ଇତିହାସ ପଢାଯିବାକୁ ନେଇ ସୁପାରିସ ହୋଇଛି କିନ୍ତୁ କୌଣସି ନିଷ୍ପତି ନିଆଯାଇନି । ଏନ୍ସିଇଆର୍ଟିର ୭ ଜଣିଆ କମିଟି ସୁପାରିସ କରିବା ପରେ ଉଭୟ ରାଜନୈତିକ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ବିତର୍କ ତେଜିଛି । ନିକଟରେ ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଂଟ ଅଫ୍ ଇଣ୍ଡିଆ’ ପରିବର୍ତେ ‘ପ୍ରେସିଡେଂଟ ଅଫ୍ ଭାରତ’ ଲେଖିଥିଲେ କେନ୍ଦ୍ର ସରକାର । ସରକାରୀ ଭାବେ ପ୍ରଥମ ଥର ଏପରି ହୋଇଥିଲା ।
ସେହିପରି ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ମଧ୍ୟ ଭାରତ ଲେଖାଯାଇଥିଲା । ଏହିଠାରୁ ହିଁ ବିବାଦ ତେଜିଛି । ଏନସିଇଆରଟିର ପ୍ରସ୍ତାବ ପରେ ବିରୋଧୀ କଂଗ୍ରେସ କହିଛି, ତାଙ୍କ ପାଇଁ ଇଣ୍ଡିଆ ଓ ଭାରତ ସମାନ । କିନ୍ତୁ ଏବେର ସରକାର ଇତିହାସକୁ ନଷ୍ଟ କରିବାକୁ ପ୍ରଚେଷ୍ଟା ହେଉଛି । ବିରୋଧୀ ଇଣ୍ଡିଆ ମେଂଟକୁ ଦେଖି ପ୍ରଧାନମନ୍ତ୍ରୀ ଇଣ୍ଡିଆ ନାମରେ ପରିବର୍ତନ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ କହିଛି । ବଡ କଥା ହେଉଛି ନାମ ପରିବର୍ତନ ପାଇଁ ସୁପାରିସ କରିଥିବା ଏନସିଇଆରଟିର ୭ ଜଣିଆ କମିଟିର ମୁଖ୍ୟ ସି. ଆଇ ଇସାକ ଆରଏସଏସ ସହ ଦୀର୍ଘ ବର୍ଷ ଧରି ଜଡିତ । କେନ୍ଦ୍ରର ଶାସକ ଦଳ ବିଜେପିର ବିଚାରଧାରାର ପ୍ରୟୋଗଶାଳା ହେଉଛି ଆରଏସଏସ ।