ଏକ ଜାମିନ ଆବେଦନର  ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ “ଆଜିକାଲି ଚଳଚ୍ଚିତ୍ର ଏବଂ ଟିଭି ସିରିଏଲ ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି । ବାରମ୍ବାର ସାଥି ପରିବର୍ତ୍ତନ ଏକ ସ୍ଥିର ଏବଂ ସଭ୍ୟ ସମାଜ ପାଇଁ ଭଲ ସଙ୍କେତ ନୁହେଁ । ପ୍ରଥମେ ପ୍ରଥମେ 'ଲିଭ୍ ଇନ୍' ସମ୍ପର୍କ ଅତ୍ୟନ୍ତ ଆକର୍ଷଣୀୟ ମନେହୁଏ ଏବଂ ଯୁବସମାଜକୁ ଆକର୍ଷିତ କରିଥାଏ, କିନ୍ତୁ ସମୟ ଗଡିବା ସହିତ ମଧ୍ୟବିତ୍ତ ସମାଜର ମାନଦଣ୍ଡ ଓ ନୈତିକତା ସେମାନଙ୍କୁ ଦୋଦୁଲ୍ୟମାନ ସ୍ଥିତିକୁ ନେଇଯାଇଥାଏ ।  ଏବଂ ସେମାନେ  ଧୀରେ ଧୀରେ ସେମାନେ  ହୃଦୟଙ୍ଗମ କରନ୍ତି ଯେ ସେମାନଙ୍କ ସମ୍ପର୍କର କୌଣସି  ସାମାଜିକ ସ୍ୱୀକୃତି ନାହିଁ । ବିବାହ ଜଣେ ବ୍ୟକ୍ତିକୁ ସୁରକ୍ଷା, ସାମାଜିକ ଗ୍ରହଣଶୀଳତା , ପ୍ରଗତି ଏବଂ ସ୍ଥିରତା ପ୍ରଦାନ କରିଥାଏ ।  ‘ଲିଭ୍-ଇନ୍ ରିଲେସନସିପ୍’ ମାଧ୍ୟମରେ ତାହା କେବେ ହାସଲ ହୋଇପାରିବ ନାହିଁ ।  ଯେତେବେଳେ 'ଲିଭ୍-ଇନ୍ ରିଲେସନସିପ୍'ରୁ ଲୋକମାନେ ବାହାରକୁ ଆସନ୍ତି, ବିଶେଷ କରି ମହିଳାମାନେ, ସେମାନେ ଅନେକ ସମସ୍ୟାର  ସମ୍ମୁଖୀନ ହୁଅନ୍ତି  । ସାମାଜିକ ଗହଣଶୀଳତା ପାଇବାକୁ ସେମାନଙ୍କୁ  କଷ୍ଟକର ହୋଇଥାଏ । “

Advertisment

'ଲିଭ୍ ଇନ୍ ରିଲେସନସିପ୍'ରେ ରହୁଥିବା ଜଣେ ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣିବାବେଳେ ଆହ୍ଲାବାଦ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଅଭିଯୁକ୍ତଙ୍କ ତରଫରୁ ହାଇକୋର୍ଟରେ କୁହାଯାଇଛି ଯେ ପୀଡିତା ଏକ ବର୍ଷ ପାଇଁ ଲାଇଭ-ଇନ୍ ସମ୍ପର୍କରେ ଥିଲେ। ଏହା ପରେ ପୀଡିତା ଗର୍ଭବତୀ ହୋଇଥିଲେ। ଗର୍ଭବତୀ ହେବା ପରେ ପୀଡିତା ବଳାତ୍କାର କରିଥିବା ଅଭିଯୋଗ କରିଥିଲେ ।