ସଙ୍କଟରେ ଫସିଲା ବିଏସଏନଏଲ୍ ଟେଲିକମ୍ କମ୍ପାନୀ ! ୧.୭୬ କର୍ମଚାରୀଙ୍କୁ ମିଳିନାହିଁ ଫେବୃୟାରୀ ମାସର ବେତନ । 

203

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ବହୁତ ବଡ ସଙ୍କଟରେ ଫସିଯାଇଛି । ଆର୍ଥୀକ ସଙ୍କଟ ସହ ଲଢେଇ କରୁଥିବା ବିଏସଏନଏଲ୍ କମ୍ପାନୀ ଏବେ ପର୍ଯ୍ୟନ୍ତ ୧.୭୬ ଲକ୍ଷ କର୍ମଚାରୀଙ୍କୁ ଫେବୃୟାରୀ ମାସର ଦରମା ଦେଇନାହାନ୍ତି । କର୍ମଚାରୀ ସଂଘ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ପତ୍ର ଲେଖି ଅତିଶୀଘ୍ର ଏହାର ସମାଧାନ କରିବା ପାଇଁ କହିଛନ୍ତି । ଆପଣଙ୍କୁ କହିରଖୁଛୁ କି ବିଏସଏନଏଲ୍ ର ୫୫ ପ୍ରତିଶତ ଆମଦାନୀ ବେତନ ରୁପେ ଦିଆଯାଏ । ଅନ୍ୟ ପକ୍ଷରେ କମ୍ପାନୀର ବେତନ ପ୍ରତିବର୍ଷ ୮ ପ୍ରତିଶତ ଦରରେ ବୃଦ୍ଧି ହୋଇଥାଏ । ତେଣୁ କମ୍ପାନୀର ଆମଦାନୀ ଏବେ ସ୍ଥିର କରାଯାଇଛି ।

କାହିଁକି ମିଳିନି ବେତନ : କର୍ମଚାରୀଙ୍କୁ ମାର୍ଚ୍ଚ ମାସର ବେତନ ମିଳିବା ପାଇଁ କିଛି ସମୟ ବିଳମ୍ବ ହୋଇପାରେ । କମ୍ପାନୀ ପାଖକୁ ବିଜନେସ୍ କମ୍ପାନୀ ପଟୁ ଟଙ୍କା ଆସିଲେ ହିଁ କର୍ମଚାରୀଙ୍କୁ ବେତନ ମିଳିଥାଏ ।