କନକ ବ୍ୟୁରୋ : ଦେଶର ନାମ ୨୦୨୪ ପୂର୍ବରୁ ଭାରତ ହୋଇଯିବ । ଏଣିକି ଇଣ୍ଡିଆ ସ୍ଥାନରେ କେବଳ ଭାରତ ଲେଖାଯିବ । ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି ।

Advertisment

ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଛନ୍ତି, ଆପ ସାଂସଦ ସଂଜୟ ସିଂହ । କହିଛନ୍ତି ଭାରତର ସମ୍ବିଧାନରେ ପ୍ରଥମ ବାକ୍ୟ ଲେଖା ଅଛି ଇଣ୍ଡିଆ ଦାଟ ଇଜ୍ ଭାରତ । ହେଲେ ଏହାକୁ ବଦଳାଇ ସମ୍ବିଧାନ ଉପରେ ବଡ ଆକ୍ରମଣ କରାଯାଉଛି । ବିରୋଧୀ ମେଂଟକୁ ବିରୋଧ କରିବା ଆଳରେ ମୋଦୀ ସରକାର ସମ୍ବିଧାନକୁ ପରିବର୍ତନ କରିବାକୁ ଯୋଜନା କରୁଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି । କୁହାଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର ।