କନକ ବ୍ୟୁରୋ: ଲୋକସଭା ସାଂସଦ ଭତୃହରି ମହତାବଙ୍କ ସମେତ ୯ଜଣ ସାଂସଦକୁ ମିଳିବ ୨୦୧୭ ବର୍ଷ ପାଇଁ ସାଂସଦ ରତ୍ନ ପୁରସ୍କାର । ପ୍ରାଇମ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ଆଜି ଚେନାଇରେ ଦିଆଯିବ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା କେରଳର ରାଜ୍ୟପାଳ ପି. ସଦାଶିବମ ସାଂସଦମାନଙ୍କୁ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରିବେ । ପୁରସ୍କାର ପାଇଁ ମନୋନୀତ ସାଂସଦଙ୍କ ମଧ୍ୟରେ ଲୋକସଭାରୁ ୬ଜଣ ଓ ରାଜ୍ୟସଭାରୁ ୩ଜଣ ରହିଛନ୍ତି ।
ଲୋକସଭାର ସାଂସଦ ବିଜେଡିର ଭତୃହରି ମହତାବ ,ଶିବସେନାର ଶ୍ରୀରଙ୍ଗ ଅପା ବାର୍ଣ୍ଣେ, କଂଗ୍ରେସର ରାଜୀବ ଶଙ୍କରରାଓ ସାବତ, ଏନସିପିର ଧନଞ୍ଜୟ ଭୀମରାଓ ମହାଦୀକ୍, ଆରଏସ୍ପିର ଏନକେ ପ୍ରେମଚନ୍ଦନ, ଓ ହୀନା ବିଜୟକୁମାର ପୁରୁସ୍କୃତ ହେବେ । ସେହିଭଳି ରାଜ୍ୟସଭାରୁ ଅବସର ଗ୍ରହଣ କରିଥିବା ଶିବସେନାର ସଞ୍ଜୟ ରାଉତ୍, ସିପିଆଇଏମର ବାଲଗୋପାଲ ଓ ଡକ୍ଟର ଟିଏନସ୍ୱାମୀଙ୍କୁ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ ।
ସିଭିଲ୍ ସୋସାଇଟି ପକ୍ଷରୁ ପ୍ରଦାନ କରାଯାଉଥିବା ସାଂସଦ ରତ୍ନ ପୁରସ୍କାର ପାଇଁ ସାଂସଦମାନଙ୍କ ଉତମ ପ୍ରଦର୍ଶନର ମାପକାଠିରେ, ସଂସଦରେ ଆଲୋଚନାରେ ଭାଗ ନେବା ସଂଖ୍ୟା, ସଂସଦରେ ପ୍ରଶ୍ନ ଉଠାଇବା ସଂଖ୍ୟା ଆଦି ଆଧାରରେ ଚୟନ କରାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-27-07h41m29s383.png)