ଆଉ ରହିବନି ଇଲେକ୍ଟ୍ରିକ୍ ଗାଡି ଚାର୍ଜିଂ ଟେନସନ୍ । ଖୋଲିବ ଏନର୍ଜି ଷ୍ଟେସନ୍, ଜାଣନ୍ତୁ କେଉଁଠି…

252

କନକ ବ୍ୟୁରୋ : ଏବେ ବଢୁଥିବା ତୈଳ ଦର ଭିତରେ ଲୋକେ ଇଲେକ୍ଟ୍ରିକ୍ ବାଇକ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି । ପେଟ୍ରୋଲ-ଡିଜେଲ ଚାଳିତ ଗାଡିକୁ ଛାଡି ଏବେ ଇଲେକ୍ଟ୍ରିକ୍ ଗାଡି କିଣୁଛନ୍ତି । କିନ୍ତୁ ଇଲେକ୍ଟ୍ରି ଗାଡି କିଣୁଥିବା ଲୋକେ ଗାଡି ଚାର୍ଜିଂକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପେଟ୍ରୋଲ ପମ୍ପ ଭଳି ରାସ୍ତାରେ ଗାଡି ଚାର୍ଜିଂ ପଏଣ୍ଟ ନଥିବାରୁ ଇଲେକ୍ଟ୍ରିକ୍ ଗାଡିକୁ ଦୂର ସ୍ଥାନକ ନେଇ ଯିବାକୁ ଡର ଲାଗିଥାଏ । କିନ୍ତୁ ଏବେ ଆଉ ଚାର୍ଜ ସରିବାର ଡର ରହିବ ନାହିଁ । ୭ହଜାର ପେଟ୍ରୋଲ ପମ୍ପରେ ଲାଗିବ ଇ-ବାଇକ୍ କାର ପାଇଁ ଚାର୍ଜିଂ ପଏଣ୍ଟ ।
ଭାରତୀୟ ପେଟ୍ରୋଲିୟମ୍ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେବାକୁ ଯାଉଛି । ଖୁବ୍ ଶୀଘ୍ର ଦେଶର ୭ହଜାର ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରିକ୍ ଗାଡି ଚାର୍ଜିଂ ସେଣ୍ଟରର ବ୍ୟବସ୍ଥା କରାଯିବ । ଭାରତୀୟ ପେଟ୍ରୋଲିୟମର ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ପେଟ୍ରୋଲ ପମ୍ପ ଗୁଡିକରେ ଇଲେକ୍ଟ୍ରିକ୍ ଗାଡିର ଚାର୍ଜିଂ ସିଷ୍ଟମ ଆରମ୍ଭ ହେଲେ ଲୋକେ ଇଲେକ୍ଟ୍ରିକ୍ ଗାଡିକୁ ଅଧିକ କିଣିବେ । ଯାହାଦ୍ୱାରା ଇଲେକ୍ଟ୍ରିକ୍ ଗାଡି ତିଆରି କରୁଥିବା କମ୍ପାନି ଗୁଡିକୁ ଭଲ ଲାଭ ହେବ । ଆଗକୁ ପେଟ୍ରୋଲ ପମ୍ପରେ ଏନର୍ଜି ଷ୍ଟେସନ୍ ନାମରେ ଚାର୍ଜିଂ ପଏଣ୍ଟ ଖୋଲାଯିବ ।
ଯଦି ଭାରତୀୟ ପେଟ୍ରୋଲିୟ କରିଥିବା ପ୍ଲାନ୍ ଠିକଠାକ୍ ଚାଲେ ତାହେଲେ ଆସନ୍ତା ଦିନମାନଙ୍କରେ ରାସ୍ତାରେ ପେଟ୍ରୋଲ ଗାଡିଠାରୁ ଅଧିକ ଇଲେକ୍ଟ୍ରିକ୍ ଗାଡି ଚଳାଚଳ ହେବ, ଏଥିରେ ସନ୍ଦେହ ନାହିଁ