କରୋନା ପାଇଁ ଫଳବେପାରୀଙ୍କ ସଚେତନତା : ବୁଲି ବୁଲି ଲୋକଙ୍କୁ କରୁଛନ୍ତି ସଚେତନ , କଟା ଖବରକାଗଜ ପାଲଟିଛି ମାଧ୍ୟମ

301

ସାରା ବିଶ୍ୱ ଏବେ କରୋନା ଭୁତାଣୁକୁୁ ନେଇ ଆତଙ୍କିତ । କରୋନା ଭାଇରସ୍ ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ । କରୋନା ଭାଇଲସ ସହିତ ଲଢିବା ପାଇଁ ବୈଜ୍ଞାନିକମାନେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତ ନାଥ ନାମକ ଜଣେ ଫଳବେପାରୀ ସଚେତନାର ପତାକା ନିଜ ହାତକୁ ନେଇଛନ୍ତି । ୬୧ ବର୍ଷିୟ ଭାରତ ନାଥ ପେଷାରେ ଜଣେ ଫଳ ବେପାରୀ । ସୂଚନାନୁସାରେ, ଭାରତ ନାଥ ନିଜ ଗ୍ରାହକ ତଥା ସ୍ଥାନୀୟ ଲୋକଙ୍କୁ କରୋନାରୁ ବଞ୍ଚିବା ପାଇଁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ସେ ପ୍ୟାମ୍ପଲେଟ ଓ ଖବରକାଗଜ କଟିଂଗର ବ୍ୟବହାର କରୁଛନ୍ତି । ଯେଉଁଥିରେ ଏଭଳି ଭୟଙ୍କର ରୋଗ ଦାଉରୁ ବଞ୍ଚିବା ପାଇଁ କେଉଁ ସବୁ ଉପାୟମାନ ଗ୍ରହଣ କରିବା ଉଚିତ୍ । ସେ ସମ୍ପର୍କରେ ଅବଗତ କରାଯାଇଛି ।

ସୂଚନାନୁସାରେ, ଭାରତ ନାଥପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ନିଜ ବୃତ୍ତିରୁ ସମୟ ବାହାର କରି ସେ ଲୋକଙ୍କୁ ସଚେତନ ମଧ୍ୟ କରାଇଥାନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ବିଶେଷ କରି ସ୍ୱଚ୍ଛତା ଉପରେ ଦୃଷ୍ଟି ଦିଆଯାଉଛି ଯେପରିକି , ୧ . ସଫା ସୁତୁରା ରୁହନ୍ତୁ । ୨ . ବାରମ୍ବାର ହାତ ଧୁଅନ୍ତୁ । ୩ . ଅସନା ହାତରେ ନାକ , ଆଖି ଏବଂ ମୁହଁକୁ ଛୁଅନ୍ତୁ ନାହିଁ । ୪ . ରୋଗୀଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ୫ . ନିଜେ ରୋଗୀଣା ଥିଲେ ଘରେ ରୁହନ୍ତୁ । ୬ . କାଶିବା ଏବଂ ଛିଙ୍କିବା ବେଳେ ରୁମାଲ୍ କିମ୍ବା ଟିସ୍ୟୁର ବ୍ୟବହାର କରନ୍ତୁ ଏବଂ ହାତକୁ ଧୁଅନ୍ତୁ । ୭ . ଏନ୍-୯୫ ମାସ୍କ ବ୍ୟବହାର କରନ୍ତୁ । ୮ . କରୋନା ଭୁତାଣୁର ଲକ୍ଷଣ ଦେଖାଯିବା ମାତ୍ରେ ହସ୍ପିଟାଲରେ ପରୀକ୍ଷା କରାନ୍ତୁ ।

ସୂଚନାଯୋଗ୍ୟ, ବିଶ୍ୱର ପାଖାପାଖି ୮୨ ଟି ଦେଶକୁ ବ୍ୟାପି ସାରିଲାଣି କରୋନା ଭୂତାଣୁ । ଭାରତରେ ମାତ୍ର ଗୋଟିଏ ଦିନରେ ୩୧ ଟି ନମୂନା ସ୍ପଷ୍ଟ ହୋଇଛି । ପୁରା ବିଶ୍ୱରେ ଏବେ କରୋନା ଭୂତାଣୁରେ ୯୪ ହଜାର ୨୪୦ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । କରୋନାରେ ସାରା ବିଶ୍ୱରେ ଏ ଯାଏଁ ୩ ହଜାର ୨୨୦ ଜଣଙ୍କ ମୃତ୍ୟୁ ହୋଇଛି । ଇଟାଲିରେ ୧୦୦ ଟପିଲାଣି ମୃତ୍ୟୁ ସଂଖ୍ୟା । କରୋନାର ଭୟାବହତାକୁ ଆଖିରେ ରଖି ଇଟାଲିରେ ଆସନ୍ତା ୧୫ ତାରିଖ ଯାଏଁ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ହୋଇଛି । ଆମେରିକାରେ ୧୦୦ ରୁ ଅଧିକ ଆକ୍ରାନ୍ତ ଅଛନ୍ତି । ବିଶ୍ୱ ସ୍ତରରେ କରୋନା ଭୂତାଣୁ ଦକ୍ଷିଣ କୋରିଆ, ଇଟାଲି, ଇରାନ, ଓ ଜାପାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣ ଭୟରେ ଜାପାନରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ନାଗରିକଙ୍କ ଗମନାଗମନ ଉପରେ ବି କଟକଣା ଲାଗିଛି । ଏୟାରପୋର୍ଟଗୁଡିକରେ ମଧ୍ୟ ଚେକିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।