ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ ଯାତ୍ରା । ମଂଚ ଉପରେ ଦେଖିବାକୁ ମିଳିଲା ଭାଇ-ଭଉଣୀଙ୍କ ସ୍ନେହଭରା ସର୍ମ୍ପକ

113

କନକ ବ୍ୟୁରୋ : ୯ଦିନର ବିଶ୍ରାମ ପରେ ପୁଣି ଥରେ ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା । ଦିଲ୍ଲୀରୁ ପୁଣି ଆରମ୍ଭ ହୋଇ ଯାତ୍ରା ଉତରପ୍ରଦେଶରେ ପହଁଚିଛି । ହଜାର ସଂଖ୍ୟକ ସମର୍ଥକ ଓ କର୍ମୀଙ୍କ ଗହଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କ ଗାନ୍ଧୀ । ମଂଚରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲେ । ଏହି ସମୟରେ ରାହୁଲ ଓ ପ୍ରିୟଙ୍କା ମଧ୍ୟରେ ସ୍ନେହଭରା ମୁହୁର୍ତ ମଧ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧି ।

ଗାଜିଆବାଦ ସମ୍ମିଳନୀରେ ଯୋଗ ଦେଇ ପ୍ରିୟଙ୍କା କହିଛନ୍ତି ଯେ ରାହୁଲ ଓ କଂଗ୍ରେସର ଛବି ଖରାପ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି । ଏଥିସହ ପ୍ରିୟଙ୍କା କହିଛନ୍ତି ଦେଶର ବିଶିଷ୍ଠ ଶିଳ୍ପପତି ଅମ୍ବାନୀ ଓ ଅଡାନୀ ଦେଶକୁ କିଣିସାରିଛନ୍ତି ଅଥଚ ରାହୁଲ ଗାନ୍ଧୀଙ୍କୁ କିଣିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରିନି କାରଣ ସେ ଜଣେ ଯୋଦ୍ଧା । କଂଗ୍ରେସ ଦେଶରେ ପ୍ରେମ ସୃଷ୍ଟି କରୁଥିବାବେଳେ ବିଜେପି ଘୃଣାର ରାଜନୀତି କରୁଛି । ପ୍ରିୟଙ୍କା ବୟାନ ଉପରେ ଜବାବ ରଖିଛି ବିଜେପି  । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଦୁର୍ନିତୀଗସ୍ତ ଦଳ ସାଥ ଦେବାକୁ କେହି ଇଚ୍ଛୁକ ନୁହଁନ୍ତି । ନିର୍ବାଚନରେ ହାରିବା ପରେ ଦଳ ବିକଳରେ ତାଟିଆ କାମୁଡିବା ପରି ବିଜେପି ଉପରେ ଦୋଷ ଲଦୁଛି ।