ମଣିପୁର ଥୌବଲରୁ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ । ୬ହଜାର ୭୧୩ କି.ମି ଯାତ୍ରା ଆରମ୍ଭ କଲେ ରାହୁଲ ।

71

କନକ ବ୍ୟୁରୋ: ମଣିପୁର ଥୌବଲ ଜିଲ୍ଲାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ୬ହଜାର ୭୧୩କିଲୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ୧୧୦ ଜିଲ୍ଲାର ଶହେ ଲୋକସଭା ଆସନ ଓ ୩୩୭ବିଧାନସଭା ଅଂଚଳ ଦେଇ ଗତି କରିବ ନ୍ୟାୟ ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ୬୭ ଦିନ ଧରି ମାର୍ଚ୍ଚ ୨୦ ଯାଏଁ ଚାଲିବ । ପୂର୍ବରୁ ପଶ୍ଚିମ ଭାରତକୁ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଯାତ୍ରା ଆରମ୍ଭରୁ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଣିପୁର ଯାହା ହରାଇଛି ତାକୁ ଫେରାଇ ଆଣିବ କଂଗ୍ରେସ । ଏବଂ ମଣିପୁର ହେଉଛି ବିଜେପି ରାଜନୀତିର ଏକ ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।