କନକ ବ୍ୟୁରୋ : କଂଗ୍ରେସ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି । କୁଚ ବିହାରରୁ ପଶ୍ଚିମବଙ୍ଗକୁ ଆସିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ପାଇଁ ତାଙ୍କ ରଣନୀତି କ’ଣ ରହିବ ବୋଲି ଇସାରା ଦେଇଛନ୍ତି । ରାହୁଲ ଗାନ୍ଧୀ କୁଚ ବିହାରରେ ଦେଇଥିବା ଏକ ଅଭିଭାଷଣରେ କହିଛନ୍ତି ଯେ ଦେଶରେ ଅନେକ ଅନ୍ୟାୟ ଘଟୁଛି, ସେଥିପାଇଁ ସେ ତାଙ୍କ ଭାରତ ଯୋଡୋ ଅନ୍ଦୋଳନ ଯାତ୍ରାରେ ନ୍ୟାୟ ଶବ୍ଦ ବ୍ୟବହାର କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି କି, ଏହି ଅନ୍ୟାୟ ବିରୋଧରେ ଇଣ୍ଡିଆ ମେଣ୍ଟ ବହୁତ ଶିଘ୍ର ମିଳିତ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଯାଉଛି ।

Advertisment

ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ବହୁତ ମହତ୍ୱପୂର୍ଣ୍ଣ । ଗୋଟେ ଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଇଣ୍ଡିଆ ମେଣ୍ଟର ଅନ୍ୟତମ ଗୁତୁତ୍ୱପୂର୍ଣ୍ଣ ପ୍ରମୁଖ ଦଳ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କହିଥିଲେ କି ଟିଏମସି ବେଙ୍ଗଲ ଲୋକସଭା ନିର୍ବାଚନରରେ ଏକାକୀ ପ୍ରାର୍ଥୀ ଦେବ । ମମତା ବାନାର୍ଜୀଙ୍କ ଏହି ମନ୍ତବ୍ୟର ଠିକ ଗୋଟେ ଦିନ ପରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପହଂଚିଥିଲା । ଏହା ଇଣ୍ଡିଆ ମେଣ୍ଟକୁ ଆହୁରି ଦୃଢ କରିବ ବୋଲି ଜଣାପଡୁଛି ।

ଇଣ୍ଡିଆ ମେଣ୍ଟର ଦୁଇ ସହେଯାଗୀ କଂଗ୍ରେସ ଏବଂ ତୃଣମୂଲ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗର ଆସନ ବୁଝାମଣାକୁ ନେଇ କୌଣସି ଯୁକ୍ତିତର୍କ ହୋଇନାହିଁ । ଏହିଭଳି ପରିସ୍ଥିତିରେ ଇଣ୍ଡିଆ ମେଣ୍ଟ ଭାର ବହନ କରିବାକୁ ପଡିପାରେ । କିନ୍ତୁ ରାହୁଲ ଗାନ୍ଧୀ ଯେଉଁ ଭଳି ଭାବରେ ପଶ୍ଚିମବଙ୍ଗରେ ପ୍ରବେଶ କରିବା ପରେ ଇଣ୍ଡିଆ ମେଣ୍ଟର ଏକତା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ଏହାର ଅନେକ ରାଜନୈତିକ ପ୍ରଭାବ ମଧ୍ୟ ଅନୁସନ୍ଧାନ କରାଯାଉଛି ।

ଭାରତ ଯୋଡୋ ଯାତ୍ରା ପରେ ଏବେ ରାହୁଲ ଗାନ୍ଧୀ ଜାନୁଆରୀ ୧୪ରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ୬୬ ଦିନ ପାଇଁ ହେବ ଓ ୧୫ ଟି ରାଜ୍ୟ ଦେଇ ୬୭୦୦ କିଲୋମିଟରରୁ ଅଧିକ ଅତିକ୍ରମ କରିବ ଏବଂ ମୁମ୍ବାଇରେ ଯାଇ ଶେଷ ହେବ । ଏହି ଯାତ୍ରା ପଶ୍ଚିମବଙ୍ଗରେ ୫୨୩ କିଲୋମିଟରର ଦୂରତା ଅତିକ୍ରମ କରିଛି । ଏବଂ ରାହୁଲ ଗାନ୍ଧୀ ୫ ଦିନ ପଶ୍ଚିମବଙ୍ଗରେ ରହିବେ ଓ ଏହି ସମୟରେ ସେ ରାଜ୍ୟର ୭ ଟି ଜିଲ୍ଲାରେ ରାଲି କରିବେ ।