ଆସାମର ବ୍ରହ୍ମପୁତ୍ର ନଦୀରେ ବୋଟରେ ଯାତ୍ରା କରି ମାଜୁଲି ଦ୍ୱୀପରେ ପହଁଚିଲେ ରାହୁଲ । କହିଲେ, କଂଗ୍ରେସ ଲୋକସମ୍ପର୍କ ଦେଖି ଭୟବୀତ ହୋଇପଡିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ

112

କନକ ବ୍ୟୁରୋ : ଭାରତ ଯୋଡ ନ୍ୟାୟ ଯାତ୍ରାର ଷଷ୍ଠ ଦିନରେ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଯାଇଛନ୍ତି । ଏଥିପାଇଁ ବୋଟ୍ରେ ବ୍ରହ୍ମପୁତ୍ର ନଦୀ ଅତିକ୍ରମ କରି ଯାଇଛନ୍ତି ରାହୁଲ । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି । ଆସାମରେ ଯାତ୍ରା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବେ ରାହୁଲ । ରାହୁଲଙ୍କ ଏହି ଯାତ୍ରାରେ ବ୍ୟାପକ ଲୋକ ଯୋଗ ଦେଉଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ଏଥିପାଇଁ ଡରିଯାଇଥିବା କହିଛନ୍ତି ରାହୁଲ । ଲୋକଙ୍କ ସମର୍ଥନ କଂଗ୍ରେସ ସହ ଥିବା କହିଛନ୍ତି ବରିଷ୍ଠ ନେତା ଜୟରାମ ରମେଶ ।