ଓଡିଶାରେ ପହଂଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୀରମିତ୍ରପୁରରେ ଦଳୀୟ କର୍ମୀଙ୍କ ଜୋରଦାର ସ୍ୱାଗତ

127

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡିଶାରେ ପହଂଚିଛି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ପହଂଚିବା ପରେ ଦଳୀୟ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସ୍ୱାଗତ ଅପେକ୍ଷାରେ ରହିଥିଲେହଜାର ହଜାର କଂଗ୍ରେସ କର୍ମୀ । ଝାଡଖଣ୍ଡ- ଓଡ଼ିଶା ସୀମାରେ ପହଂଚିବା ପରେ ସେଠାରୁ ସିଧା ଓଡ଼ିଶାର ସୁନ୍ଦରଗଡ ଅଭିମୁଖେ ଆସି ବୀରମିତ୍ରପୁରରେ ପହଂଚିଛନ୍ତି ରାହୁଲ । । ବୀରମିତ୍ରପୁରଠାରେ ଓଡ଼ିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଛି । ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଆଗକୁ ବଢିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ସମୟରେ ରାହୁଲ ଗାନ୍ଧୀ ପଦଯାତ୍ରା ସହ ଜନସଭା ବି କରିବେ । ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି । ୩ ଦିନରେ ୨୦୦ କିଲୋମିଟର ବୁଲିବେ କଂଗ୍ରେସ ଯୁବରାଜ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ ।