କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଚାଲିଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ ଓ ରାଉରକେଲା ମଧ୍ୟରେ ଏହା ଚଳାଚଳ କରିବ । ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶୁଭାରମ୍ଭ କରିବେ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ପୁରୀରୁ ରାଉରକେଲା ଦୂରତାକୁ ଏହି ଟ୍ରେନ ୮ ଘଂଟାରୁ କମ୍ ସମୟ ଭିତରେ । ପୁରୀରୁ ସକାଳ ୫ଟା ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଂଚିବ । ସେହିପରି ରାଉରକେଲାରୁ ଦିନ ୨ଟା ୧୦ ମିନିଟରେ ଛାଡ଼ି ରାତି ୯ଟା ୪୦ରେ ପୁରୀରେ ପହଂଚିବ । ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡ଼ା ଷ୍ଟେସନରେ ରହିବ । ଏହି ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହ ସାରା ଦେଶରେ ଅନ୍ୟ ୮ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାମନ୍ତ୍ରୀ ।
ଆଜିଠୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ପୁରୀରୁ ରାଉରକେଲା ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
/kanak/media/post_attachments/wp-content/uploads/2023/09/Vande_Bharat_Express_around_Mumbai.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)