କନକ ବ୍ୟୁରୋ: ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାଜପୁର ରୋଡରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ତେବେ ପୁରୀରୁ ହାୱଡା ଯିବା ସମୟରେ କାଳବୈଶାଖୀ ଯୋଗୁ ଟ୍ରେନ୍ ଅଟକିଥିବା ସୂଚନା ମିଳିଛି । ଦୁଲାଖାପାଟଣା ଷ୍ଟେସନ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକିଛି । ବର୍ଷା ପବନ ଯୋଗୁ ବିଦ୍ୟୁତ ତାର ଗଛ ଉପରେ ପଡିଥିଲା । ତା ସହିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କାଚ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି ।
ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । କାଳବୈଶାଖୀ ଯୋଗୁ ଅଟକିଲା ଟ୍ରେନ୍ ।
/kanak/media/post_attachments/wp-content/uploads/2023/05/WhatsApp-Image-2023-05-21-at-6.32.17-PM-1.jpeg)