ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ଭାରତ ବାୟୋଟେକ ହ୍ରାସ କଲା କୋଭାକ୍ସିନ ଟିକା ଦର ।

105

କନକ ବ୍ୟୁରୋ: କମିଲା ‘କୋଭାକ୍ସିନ’ ଟିକାର ଦର । ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ଭାରତ ବାୟୋଟେକ ହ୍ରାସ କଲା କୋଭାକ୍ସିନ ଟିକାର ଦର । ପୂର୍ବରୁ କୋଭାକ୍ସିନର ଦର ୬୦୦ ଟଙ୍କା ଧାର୍ଯ୍ୟ ଥିଲା । ହେଲେ ବର୍ତ୍ତମାନ ଉତ୍ପାଦକ ସଂସ୍ଥା କୋଭାକ୍ସିନର ଦର ୨୦୦ ଟଙ୍କା ହ୍ରାସ କରିଛି । ସେହିପରି କାଲି କୋଭିସିଲ୍ଡ ଟିକାର ଦର ହ୍ରାସ କରିଥିଲା ସେରମ ଇନଷ୍ଟିଚ୍ୟୁଟ ।

ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ସରକାର ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି । ଏହାପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଅଲଗା ଅଲଗା ହୋଇଥିଲା । ତେଣୁ ଟିକା ଦର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟମାନେ ମଧ୍ୟ ଅପିଲ କରିଥିଲେ ।