ମଙ୍ଗଳବାର ମହାବନ୍ଦ: କାଲି ସକାଳରୁ ସଞ୍ଜ ଭାରତ ବନ୍ଦ, ଦିନ ୩ଟା ଯାଏଁ ଚକାଜାମ୍ । ସିଙ୍ଘୁ ସୀମାରୁ ଚାଷୀ ନେତାଙ୍କ ସୂଚନା ।

Advertisment
ମଙ୍ଗଳବାର ମହାବନ୍ଦ: କାଲି ସକାଳରୁ ସଞ୍ଜ ଭାରତ ବନ୍ଦ, ଦିନ ୩ଟା ଯାଏଁ ଚକାଜାମ୍ । ସିଙ୍ଘୁ ସୀମାରୁ ଚାଷୀ ନେତାଙ୍କ ସୂଚନା ।

କନକ ବ୍ୟୁରୋ: କାଲିର ଭାରତ ବନ୍ଦ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଚାଷୀଙ୍କ ବନ୍ଦ ଡାକରାରେ ଆସନ୍ତାକାଲି ଭାରତ ବନ୍ଦ । ଦିନ ସାରା ଦେଶରେ ବନ୍ଦ ପାଳନ । ଦିନ ୩ଟା ଯାଏଁ ଚକା ଜାମ୍ । ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ଭାରତ ବନ୍ଦ । ଦିଲ୍ଲୀ- ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲଙ୍କ ସୂଚନା । ତେବେ ବନ୍ଦ ପାଇଁ ହୋଇଥିବା ମଞ୍ଚକୁ କୌଣସି ରାଜନେତାଙ୍କୁ ଅନୁମତି ମିଳିବ ନାହିଁ ।

ତେବେ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୧ ଦିନରେ ପହଞ୍ଚିଛି। ‌ଏ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହ ଅନେକ ଆଲୋଚନା ସତ୍ତ୍ବେ ସମାଧାନର କୌଣସି ବାଟ ବାହାରିପାରି ନଥିବାରୁ ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବା ସହ ସାଧାରଣ ଲୋକ ଯେମିତି ଭାରତ ବନ୍ଦ ସମୟରେ ପ୍ରଭାବିତ ନହେବେ ସେ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକେଟ କହିଛନ୍ତି।

ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଭାରତ ବନ୍ଦ କରାଯିବ। କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସମସ୍ତେ ଯେମିତି ଅଫିସ ଯାଇପାରିବେ ସେ ନେଇ ଆମେ ଦିନ ୧୧ଟାରେ ପରେ ଆନ୍ଦୋଳନ ଆରମ୍ଭ କରିବୁ। ଆମ୍ବୁଲାନ୍ସ ଏବଂ ବିବାହ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ। ଲୋକେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର। ଏହା ସହ ଦେଶବାସୀଙ୍କୁ ହିଂସାତ୍ମକ ଆଚରଣ ପ୍ରଦର୍ଶନ ନକରି ଅହିଂସ ମାର୍ଗରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକେଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe