କନକ ବ୍ୟୁରୋ: ମଙ୍ଗଳବାର ମହାବନ୍ଦ ଡାକରା । ଆସନ୍ତାକାଲି ଭାରତ ବନ୍ଦ । ୬ ବର୍ଷ ଭିତରେ ହୁଏତ ପ୍ରଥମ ଥର ପାଇଁ ମୋଦି ସରକାର ସବୁଠାରୁ ବଡ଼ ଆନ୍ଦୋଳନକୁ ସାମ୍ନା କରିବାକୁ ଯାଉଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀମାନେ ଚକା ଜାମ ଆନ୍ଦୋଳନର ଚେତାବନୀ ଦେଇଥିବାରୁ ଆସନ୍ତାକାଲି ପରିବହନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଭାରତ ବନ୍ଦ ଆନ୍ଦୋଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

Advertisment

ଭାରତ ବନ୍ଦ : କ’ଣ ରହିବ ବନ୍ଦ ?
- କ୍ଷୀର, ଫଳ ଓ ପନିପରିବା ପହଂଚିବାରେ ବାଧା ସୃଷ୍ଟି ହେବ
- ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଗାଡି ଚଳାଚଳ
- ବସ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ହେବ ପ୍ରଭାବିତ
- ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ବନ୍ଦ ରହିବ ସମସ୍ତ ମଣ୍ଡି
- କ୍ୟାବ ଓ ଟାକ୍ସି ସଂଗଠନର ସମର୍ଥନ ଯୋଗୁଁ ପ୍ରଭାବିତ ହେବ ସେବା
- ଚାଷୀ ଆନ୍ଦୋଳନକୁ କେତେକ ବ୍ୟାଙ୍କ ସଂଗଠନର ସମର୍ଥନ

ତେବେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଅନୁରୋଧ କରିଛନ୍ତି ଚାଷୀ ସଂଗଠନଗୁଡିକ । ତେଣୁ ଆସନ୍ତାକାଲି ବନ୍ଦବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି ।

ଭାରତ ବନ୍ଦରୁ କ’ଣ ବାଦ୍ ?
- ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାକୁ ବାଦ୍
- ଖୋଲା ରହିବ ଔଷଧ ଦୋକାନ
- ଖୋଲିବ ହସ୍ପିଟାଲ, ଜାରି ରହିବ ଚିକିତ୍ସା ସେବା
- ବିବାହ ଉତ୍ସବ ଉପରେ ରହିବନି କଟକଣା

ଚାଷୀଙ୍କ ଭାରତ ବନ୍ଦ ଓ ଏହାକୁ ବିରୋଧୀଙ୍କ ସମର୍ଥନକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବା ସହ କୋଭିଡ ନିୟମ ପ୍ରତି ଦୃଷ୍ଟି ଦେବାକୁ ଏଥିରେ କୁହାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକ>ି କରିବାକୁ କୁହାଯାଇଛି ।