ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ : ସକାଳୁ ସକାଳୁ ରାସ୍ତାରେ ଟାୟାର ଜାଳି, ବ୍ୟାନର ଧରି ପ୍ରତିବାଦ ପ୍ରଦର୍ଶନ

Advertisment
ଦେଶବ୍ୟାପୀ ଭାରତ ବନ୍ଦର ପ୍ରଭାବ : ସକାଳୁ ସକାଳୁ ରାସ୍ତାରେ ଟାୟାର ଜାଳି, ବ୍ୟାନର ଧରି ପ୍ରତିବାଦ ପ୍ରଦର୍ଶନ

କନକ ବ୍ୟୁରୋ : ଆଜି ଭାରତ ବନ୍ଦ । ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦେଇଛନ୍ତି ୧୦ଟି ଟ୍ରେଡ଼ ୟୁନିଅନ । ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ଶ୍ରମ ଆଇନ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡ଼ାକରା । ଏହି ଆନ୍ଦୋଳନକୁ ବାମ ଦଳ ସମେତ କଂଗ୍ରେସର ସମର୍ଥନ ଜଣାଇଛି । ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି ।

ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁର ଆହ୍ୱାନ । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ । ରାୟଗଡ଼ା ଓ ଗୁଣୁପୁରରେ ଟାୟାର ଜାଳି ରାସ୍ତା ରୋକ କରାଯାଇଛି । ଭୁବନେଶ୍ୱର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ବାଣୀବିହାର ମଧ୍ୟ ରାସ୍ତାରେ ବିକ୍ଷୋଭ ଏବଂ ପିକେଟିଂ କରାଯାଇଛି ।

ଅନ୍ୟପଟେ ଭାରତ ବନ୍ଦ ନେଇ କୌଣସି ସୂଚନା ସଂଘକୁ ଦିଆଯାଇନଥିବାରୁ ଘରୋଇ ବସ୍‌ ଚାଲିବ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe