ଚାଷୀ ସଂଗଠନର ଭାରତ ବନ୍ଦ ଡାକରା : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୨ ଘଂଟିଆ ବନ୍ଦ

କଂଗ୍ରେସ ଦେଉଛି ସମର୍ଥନ ; ସ୍କୁଲ କଲେଜ ବନ୍ଦ, ଘୁଂଚିଲା ପରୀକ୍ଷା

532

କନକ ବ୍ୟୁରୋ : ଭାରତ ବନ୍ଦ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ । ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଓଡିଶାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରୁଛି । କୃଷକ ସଂଗଠନର ଏହି ବନ୍ଦକୁ ସମର୍ଥନ କରିଛି କଂଗ୍ରେସ । ସେପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫଳରେ ଆଜି ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସେପଟେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି ।