କନକ ବ୍ୟୁରୋ: ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ। ସଂରକ୍ଷଣ ବଚାଓ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା।ଦେଶର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଗୁଡିକ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ୧୨ ଘଣ୍ଟିଆ ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି। ବନ୍ଦ ପାଳନ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି।

Advertisment

ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ। ଯାହାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ।

କାହିଁକି ବନ୍ଦ ଡାକରା?

  • ଏସସି-ଏସଟିଙ୍କ ମଧ୍ୟରେ କେତେକ ଅଧିକ ପଛୁଆ ବର୍ଗ ରହିଛନ୍ତି
  • ଏମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରନ୍ତୁ
  • କୋଟା ଭିତରେ ଅଧିକ ପଛୁଆ ବର୍ଗଙ୍କ ପାଇଁ ସବ୍ କୋଟା ବ୍ୟବସ୍ଥା ହେଉ
  • ତେବେ କୋଟା ଭିତରେ ସବ୍ କୋଟା ପାଇଁ ଦୁଇଟି ସର୍ତ୍ତ ରଖିଛନ୍ତି କୋର୍ଟ
  • ନିର୍ଦ୍ଧାରିତ କୋଟା ଭିତରେ କୌଣସି ଗୋଟିଏ ଜାତିକୁ ୧୦୦% କୋଟା ଦିଆଯିବନି
  • ସଂରକ୍ଷଣ ପୂର୍ବରୁ ନିର୍ଦ୍ଦିଷ୍ଟ ଜାତିର ଭାଗିଦାରୀ କେତେ ତାର ତଥ୍ୟ ସଂଗ୍ରହ ହେବ
  • ଏହା ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇଛି
  • ଏସସି-ଏସଟି ସଂଗଠନଗୁଡ଼ିକ ଭାରତ ବନ୍ଦ ପାଳନରେ ସାମିଲ
  • ବିଏସପି, ଭୀମ ଆର୍ମି, ଭାରତ ଆଦିବାସୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଛନ୍ତି
  • ସୁପ୍ରିମକୋର୍ଟ ରାୟର ପୁନର୍ବିଚାର କରନ୍ତୁ ବୋଲି ଦଳିତ ସଂଗଠନଗୁଡିକର ଦାବି
  • ଜରୁରୀକାଳୀନ ସେବାକୁ ଛାଡି ପରିବହନ ଓ ଅନ୍ୟାନ୍ୟ ସେବା ପ୍ରଭାବିତ ହୋଇପାରେ