ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବନ୍ଦ ଡାକରା ସମୟରେ ମାଙ୍ଗାଲୁରୁରେ ପଥର ମାଡ ସହ ଆନ୍ଧ୍ରରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

Advertisment
ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବନ୍ଦ ଡାକରା ସମୟରେ ମାଙ୍ଗାଲୁରୁରେ ପଥର ମାଡ ସହ ଆନ୍ଧ୍ରରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

କନକ ବ୍ୟୁରୋ : ଦେଶରେ ଲଗାତାର ଭାବରେ ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ କଂଗ୍ରେସକୁ ଛାଡି ଦେଶର ମୋଟ ୨୦ଟି ରାଜନୈତିକ ଦଳ ଗୁଡିକ ବନ୍ଦରେ ସାମିଲ ହୋଇଛନ୍ତି । ତେବେ ନିକଟରେ ଏସସି/ଏସଟି ଆକ୍ଟ ଖିଲାପରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ପୁଣି ଥରେ ଗୋଟିଏ ସପ୍ତାହ ବ୍ୟବଧାନରେ ଭାରତ ବନ୍ଦ ଡାକରା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଦେଶର ଅନେକ ସ୍ଥାନରେ କଂଗ୍ରେସର ଛାମୁଆ ନେତା ବନ୍ଦରେ ସାମିଲ ହେବେ । ଏପରିକି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମନସିଂହ ସମେତ ଅନେକ ନେତା ଆଜି ବିରୋଧ ପ୍ରଦର୍ଶନ କରିବେ । ତେବେ ଏହି ବନ୍ଦରେ ଅନେକ ସ୍ଥାନରେ ସାଧାରଣ ଲୋକମାନଙ୍କୁ ଜୋରଜବରଦସ୍ତ ଅଟକାଯାଉଥିବା ଅଭିଯୋଗ ହୋଈଛି । ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ସମୟରେ ପଥରମାଡ ହୋଇଥିବା ସୂଚନା ମିଳିଛି ।

publive-imageତେବେ ଏହାଫଳରେ କେତେ ପରିମାଣରେ କ୍ଷତି ହୋଇଛି ତାହା ଜଣାପଡିନାହିଁ । ଏହାସହ ଗୁଜୁରାଟର ଅହମ୍ମଦାବାଦଠାରେ ସ୍କୁଲ ମଧ୍ୟରେ ପ୍ରବେଶ କରି ଆନ୍ଦୋଳନ ପ୍ରଦର୍ଶନ କରାଯାଇଛି । ବିହାରର ଦରଭଙ୍ଗାଠାରେ ଅନେକ ରେଳ ଅଟକାଯାଇଥିବା ସୂଚନା ମିଳିଛି । ଏହାସହ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମଧ୍ୟ ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଏହି ଆନ୍ଦୋଳନରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଏନସିପି, ଆରଏଲଡି, ଆରଜେଡି, ସିପିଆଇ, ସିପିଏମ, ଏଆଇଡିୟୁଏଫ୍, ଏନସି, ଜେଏମଏମ, ଜେଭିଏମ, ଡିଏମକେ, ଟିଡିପି, କେରଳ କଂଗ୍ରେସ, ଆରଏସପି, ଆଇୟୁଏମପି, ଲୋକତାନ୍ତ୍ରିକ ଜନତା ଦଳ ସହ ଅନ୍ୟଦଳ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଓଡିଶା ସମେତ ବିହାର ଓ ଅନେକ ରାଜ୍ୟ ସମସ୍ତ ସ୍କୁଲ ବନ୍ଦ ରଖିଛନ୍ତି । ଏହାସହ ଆନ୍ଦୋଳନକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀମାନେ ଆହ୍ୱନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe