ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସତର୍କତା: ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ; ଜାରି ରହିବ ଜରୁରୀ ସରକାରୀ ସେବା

ସେପଟେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ

138

କନକ ବ୍ୟୁରୋ: ଓଡିଶାରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ । ରାୟଗଡା ଜିଲ୍ଲା ଗୁଣପୁରରେ ଭାରତ ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । କୃଷକ ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଜଣାଇ ବନ୍ଦ ପାଳନ କରିଛନ୍ତି ସିପିଆଇଏମଏଲ ଲିବେରସନ ଦଳ । ଗୁଣପୁର ଓଭରବ୍ରିଜ ନିକଟରେ ସିପିଆଇଏମଏଲ ଲିବେରସନ ଦଳ କର୍ମୀମାନେ ଟାୟାର ଜାଲି ରାସ୍ତା ରୋକ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ କରାଯାଇଥିବାରୁ ଯାତାୟତ ପ୍ରଭାବିତ ହୋଇଛି । କୃଷକ ସଂଗଠନର ବନ୍ଦ ପାଳନକୁ ସ୍ଥାନୀୟ ଅଂଚଳର ବହୁ ସଂଗଠନ ସମର୍ଥନ କରୁଛନ୍ତି ।

ଏବେ ନଜର ପକାନ୍ତୁ ଭାରତ ବନ୍ଦ ସମୟରେ କେଉଁସବୁ ସେବା ଖୋଲା ରହିବ ଏବଂ କଣ ବନ୍ଦ ରହିବ

ଭାରତ ବନ୍ଦବେଳେ ଚାଷୀମାନେ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଟ୍ରକରେ ମାଲ ପରିବହନକୁ ଅଟକାଇଦେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିବାରେ ବିଶେଷ ଅସୁବିଧା ହୋଇପାରେ । କ୍ଷୀର, ଫଳ ଓ ପନିପରିବା ପହଂଚିବାରେ ବାଧା ସୃଷ୍ଟି ହେବ । ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ଗାଡି ଚଳାଚଳ । ବସ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ପ୍ରଭାବିତ ହେବ । ପଞ୍ଜାବ, ହରିଆଣା ଓ ରାଜସ୍ଥାନରେ ବନ୍ଦ ରହିବ ସମସ୍ତ ମଣ୍ଡି ।

କ୍ୟାବ ଓ ଟାକ୍ସି ସଂଗଠନର ସମର୍ଥନ ଯୋଗୁଁ ପ୍ରଭାବିତ ହେବ ସେବା । ଚାଷୀ ଆନ୍ଦୋଳନକୁ କେତେକ ବ୍ୟାଙ୍କ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି । ତେବେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଅନୁରୋଧ କରିଛନ୍ତି ଚାଷୀ ସଂଗଠନଗୁଡିକ । ତେଣୁ ଭାରତ ବନ୍ଦବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି । ଭାରତ ବନ୍ଦ ସମୟରେ ଅବ୍ୟାହତ ରହିବ ଆମ୍ବୁଲାନ୍ସ ଓ ଜରୁରିକାଳୀନ ସେବା । ଖୋଲା ରହିବ ଔଷଧ ଦୋକାନ । ହସ୍ପିଟାଲ ଖୋଲା ରହିବା ସହ ଚିକିତ୍ସା ସେବ ଜାରି ରହିବ । ବିବାହ ଉତ୍ସବ ଉପରେ କଟକଣ ରହିବ ନାହିଁ ।